ଧରାକୋଟରେ ରିଲିଫ ବଣ୍ଟନ ବେଳେ ମନ୍ତ୍ରୀ ନିଜେ ରହି ତଦାରଖ କଲେ …

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା) ଆଜି ଧରାକୋଟ ବ୍ଲକର ବିଭିନ୍ନ ପଂଚାୟତରେ ରିଲିଫ ବଣ୍ଟନ ଧୂମ ଧାମରେ ଚାଲିଛି । କାହିଁକିନା  ବିଜେଡିର ମନ୍ତ୍ରୀମାନେ ନିଜେ ରହି ରିଲିଫ ବଣ୍ଟନର ତଦାରଖ କରିଛନ୍ତି ।ଧରାକୋଟ ବ୍ଲକର ଜାହାଡା, ସିଙ୍ଗିପୁର, ଜାନିବିଲ ଓ କରଡାବିଲି ଗ୍ରାମପଞ୍ଚାୟତରେ ସରକାର ରିଲିଫ ବଣ୍ଟନ କରୁଥିବା ବେଳେ ରାଜ୍ୟ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଉଷା ଦେବୀ, ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୋଲସରା ବିଧାୟକ ଶ୍ରୀକାନ୍ତ କୁମାର ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରଧାନ, ବିଡିଏ ଅଧକ୍ଷ ସୁବାଷ ମହାରଣା, ବିଜେଡି ନେତା ଅଲେଖ ଚୌଧୁରୀ, ବିଜେଡି ଯୁବନେତା ଯୋଗେନ୍ଦ୍ର ସ୍ୱାଇଁ, ଟି.ଗୋପୀ  ସ୍ଥାନୀୟ ବିଡ଼ିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ରିଲିଫ ବଣ୍ଟନର ତଦାରଖ କରିଥିବା ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନାକାରି ସହାୟତା ପ୍ରଦାନ କରିଥିବା ଜଣାପଡିଛି ।