


ଖଲ୍ଲିକୋଟ(ସମୃଦ୍ଧଓଡିଶା)୩/୦୪/୨୦୨୪–ଖଲ୍ଲିକୋଟ କରଣ ସାହି ନିବାସୀ ଧର୍ମ ପରାୟଣା ମହିଳା ଶ୍ରୀମତୀ ଆଶାଲତା ମହାପାତ୍ରଙ୍କ ଆଜି ସକାଳୁ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ଶାରୀରିକ ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରରେ ତାଙ୍କ ପୁଅ ପାଖରେ ରହୁଥିଲେ । ତାଙ୍କ ପୁଅ ଦୈନିକ ଖବରକାଗଜ ଅନୁପମ ଭାରତର ମ୍ୟାନେଜର ରଜତ ମହାପାତ୍ର । ତାଙ୍କ ପୁଅ ରଜତବାବୁଙ୍କ ପାଖରେ ରହି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଆଜି ସକାଳ ୬.୧୫ ରେ ତାଙ୍କର ହୃଦଘାତ ହୋଇଥିଲା ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ସ୍ୱାମୀ ଅବସର ପ୍ରାପ୍ତ ପୋଲିସ ଅଫିସର ବୈକୁଣ୍ଠ ମହାପାତ୍ର, ପୁଅ ରଜତ ମହାପାତ୍ର, ଝିଅ ମୀନାକ୍ଷୀ ମହାପାତ୍ର, ବୋହୁ, ନାତି, ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ। ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଭୁବନେଶ୍ୱରରୁ ଖଲ୍ଲିକୋଟ ଅଣାଯାଇ ଏଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ପରଲୋକରେ ଖଲ୍ଲିକୋଟରେ ଶୋକର ଛାୟା ଖେଳି ଯାଇଛି । ମୃତ ଆଶାଲତାଙ୍କ ବଡ଼ ପୁଅ ଆମେରିକାରେ ରହୁଥିବାରୁ ସେ ତୁରନ୍ତ ଆସିପାରି ନାହାନ୍ତି । ଖଲିକୋଟର ବିଭିନ୍ନ ଅଞ୍ଚଳରୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସମୃଦ୍ଧ ଓଡିଶା ପରିବାର ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରା ଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି ।
