ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାୟାଁରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଳଗଡ଼ିଆ ଗ୍ରାମର ସ୍ୱର୍ଗତ କୁଞ୍ଜ ବିହାରୀ ପ୍ରଧାନଙ୍କ ସହଧର୍ମିଣୀ ଶୈଳବାଳା ପ୍ରଧାନ ୮୭ ବର୍ଷ ବୟସରେ ନିଜ ମାଳଗଡ଼ିଆ ସ୍ଥିତ ବାସଭବନ ରେ ମୃତ୍ୟୁ ବରଣ କରିଛନ୍ତି । ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ମେଳାପି, ଜନଦରଦି ଓ ପରୋପକାରୀ ମହିଳା ଭାବେ ଅଞ୍ଚଳରେ ପରିଚିତ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଦୁଇ ପୁତ୍ର ଓ ୫ ଜଣ ବିବାହିତ କନ୍ୟା ଅଛନ୍ତି ଓ ମୃତ୍ୟୁ ସମୟରେ ବଡ଼ ପୁତ୍ର ଗିରିଜା ଶଙ୍କର ପ୍ରଧାନ (ଟୁକୁ) ସାନ ପୁତ୍ର ଅରୁଣ କୁମାର ପ୍ରଧାନ (ପଲ୍ଟୁ) ଏବଂ ଦୁଇ ପୁତ୍ର ବଧୂ, ନାତି ନାତୁଣୀ ପାଖରେ ଉପସ୍ଥିତ ଥିଲେ । ଗ୍ରାମ ପଞ୍ଚାୟତର ବିଶିଷ୍ଟ ସମାଜସେବୀ ପ୍ରବୀର କୁମାର ଦାସ, ଦେବବ୍ରତ ନନ୍ଦ, ସପନ କୁମାର ଦାସ, ମଧୁସୂଦନ ସେନାପତି, ବିଶ୍ଵନାଥ ଦାସ ମହାପାତ୍ର, ସରପଞ୍ଚ ଶ୍ରୀମତୀ ଶୁଭସ୍ମିତା ଦାସ, ବ୍ଲକ ଉପାଧ୍ୟକ୍ଷା ସଞ୍ଜିତା ସେନାପତି ଓ ଗ୍ରାମର ବହୁ ବୁଦ୍ଧିଜୀବି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଅମର ଆତ୍ମାର ସଦଗତି କାମନା ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗ୍ରାମର ସୁବର୍ଣ୍ଣରେଖା ନଦୀ ପଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁତ୍ର ଗିରିଜା ଶଙ୍କର ପ୍ରଧାନ ମୁଖାଗ୍ନୀ ଦେଇଥିଲେ ।
ରିପୋର୍ଟ : ଭୂପତି ପରିଡା