ଧାନଘେରା ବନବିଭାଗ ଗାର୍ଡକୁ ଗ୍ରାମବାସୀଙ୍କ ମାଡ: ପୋଲିସ୍‌ର ଅସହଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୧ ମାସ ଧରି ୧୮ଟି ହାତୀ ରାଇବଣିଆ ଅଂଚଳରେ ବ୍ୟାପକ କ୍ଷତି କରୁ ଥିବା ବେଳେ ବନବିଭାଗ କର୍ମଚାରୀ, ସବୁଜବାହିନୀ ଓ ସୁରକ୍ଷା ବାହିନୀର ମିଳିତ ପ୍ରଚେଷ୍ଟାରେ ହାତୀଗୁଡିକୁ ପଶ୍ଚିମବଂଗ ଜଂଗଲକୁ ଘଉଡାଇବାର ୨ ଦିନ ପରେ ପଶ୍ଚିମବଂଗ କର୍ମଚାରୀ ସେ ଗୁଡିକୁ ପୁଣି ରାଇବଣିଆ ଅଂଚଳକୁ ଘଉଡାଇ ଦେଇଛନ୍ତି । ଫଳରେ ସେହି ହାତୀଗୁଡିକ ପୁଣି ଓଡିଶାକୁ ଆସି ବ୍ୟାପକ କ୍ଷତି ଘଟାଇଚାଲିଥିବା ଜଣାଯାଇଛି । ଫଳରେ ଧାରନଘେରା ଠାରେ ଥିବା ବନ ବିଭାଗ କାର୍ଯ୍ୟାଳୟରେ ଥିବା ଗାର୍ଡ ମନୋହର ସିଂ, ସବୁଜବାହିନୀର ସୁରେଶ ଦାସ ଓ ରାତ୍ରୀ ଜଗୁଆଳି କରୁଣାକର ପାତ୍ରଙ୍କୁ ବୁଧବାର ରାତ୍ରିିରେ ଧାନଘେରା ଅଂଚଳର ୧୦୦ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଅତର୍କିତ ଆକ୍ରମଣ କରି ମାରପିଟ କରିଥିଲେ । ଏହି ସମୟରେ କୁଷଗଡ ଫାଣ୍ଡିର ଜନୈକ କର୍ମଚାରୀ ଉପସ୍ଥିତ ଥିଲେ ମଧ୍ୟ ମାଡ ଭୟରେ ପ୍ରତିବାଦ କରିନଥିଲେ । ପରେ ଘଟଣା ସଂପର୍କରେ ଖବର ପାଇ ରେଞ୍ଜ ଅଫିସର ସରୋଜ କୁମାର ମହାନ୍ତି, ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଡିଏଫଓ, ବାଲେଶ୍ୱର ଏସ୍‌ପତ ବି ଯୁଗଳ କିଶୋରଙ୍କୁ ବନବିହାଗ କର୍ମଚାରୀଙ୍କୁ ସୁରକ୍ଷା ଦେବା ସଂପର୍କରେ ଜଣାଇଛନ୍ତି । ସୂଚନାଯୋଗ୍ୟ ମ୍ୟାଟ୍ରିକ ପରୀକ୍ଷା ଚାଲୁ ରହିଥିବା ବେଳେ ବିଭିନ୍ନ ଥାନାରେ ଆବଶ୍ୟକୀୟ ପୁଲିସ୍ କର୍ମଚାରୀ ନ ଥିବାରୁ କୌଣସି ପଦକ୍ଷେପ ନିଆଯାଇପାରିନାହିଁ । ଫଳରେ ଆଜି ଗୁରୁବାର ଧାନଘେରା ବନବିଭାଗ କାର୍ଯ୍ୟାଳୟ ବନ୍ଦ ରହିଛି । ମାଡଖାଇଥିବା ସଂପୃକ୍ତ ବନକର୍ମଚାରୀମାନେ ଜଳେଶ୍ୱର ରେଞ୍ଜ ଅଫିସ୍‌ରେ ପହଞ୍ଚି ସୁରକ୍ଷା ପ୍ରଦାନ କରାନଗଲେ ଧାନଘେରା ଅଂଚଳକୁ ହିବେନାହିଁ ବୋଲି ରୋକ୍‌ଠୋକ୍ ମନା କରିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର