ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ରାୟାରାମନ୍ଦ୍ରପୁର ଗ୍ରାମ ପଞ୍ଚାୟତର କାହ୍ନୁ ହାଁସଦାଙ୍କ ପୁତ୍ର ଶ୍ୟାମସୁନ୍ଦର ହାସଁଦାଙ୍କ ଧାନ କ୍ଷେତରେ ଗତକାଲି ମଧ୍ୟାହ୍ନ ସମୟରେ ଅଜଣା ଦୁର୍ବୁତମାନେ ନିଆଁ ଲଗାଇ ଦେଇଥିଲେ । ଫଳରେ ଧାନ କ୍ଷେତରେ ନିଆଁ ହୁ ହୁ ହୋଇ ଜଳୁଥିବାର ଦେଖି ସ୍ଥାନୀୟ ଲୋକମାନେ ଶ୍ୟାମସୁନ୍ଦରଙ୍କୁ ଖବର ଦେବା ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଜଳେଶ୍ୱର ଅଗ୍ନିଶମ ବିଭାଗ ଆସି ନିଆଁକୁ ଲିଭାଇ ବାକୁ ଚେଷ୍ଟା କରିଥିଲେ ମଧ୍ୟ ୨୦ଡିସମିଲରୁ ଉର୍ଦ୍ଧ କ୍ଷେତର ଧାନ ପୋଡି ନଷ୍ଟ ହୋଇଯାଇଥିଲା । ଧାନ କ୍ଷେତରେ ଧାନ କଟା ହୋଇ ବହିବା ପାଇଁ ରହିଥିବା ବେଳେ ନିଆଁରେ ସମ୍ପୁର୍ଣ୍ଣ ପୋଡି ପାଉଁଷ ହୋଇ ଯାଇଥିବାରୁ ଧାର କରଜ କରି ଚାଷ କରିଥିବା ଶ୍ୟାମସୁନ୍ଦର ବର୍ତ୍ତମାନ ବର୍ତମାନ କେମିତି ଲୋନ ଶୁଝିବେ ସେହି ଚିନ୍ତାରେ ରହିଛନ୍ତି । ଶ୍ୟାମସୁନ୍ଦର ଜଣେ ଗରୀବ ଚାଷୀ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା