ଧ୍ୱସ୍ତ ବିଧ୍ୱସ୍ତ ରାଇବଣିଆ ଗଡ କଣ ଫେରି ପାଇବ ତାର ହୃତ ଗୌରବ ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପୌରାଣିକ କଥା ଅନୁଯାୟୀ ରାଇବଣିଆ ଗଡ ୫ହଜାର ବର୍ଷ ତଳର କିମ୍ବଦନ୍ତି ହୋଇଥିବା ବେଳେ ଐତରହାସିକ ତଥ୍ୟ ଅନୁଯାୟୀ ଏହା ୭ ଶହ ବର୍ଷ ତଳର ବୋଲି କୁହାଯାଉଥିବା ବେଳେ ସଂଗ୍ରକ୍ଷଣ ଅଭାବରୁ ଧ୍ୱଂସାଭିମୁଖୀ ଆଡକୁ ଗତି କରୁଛି । ଏକଦା ଏହା ସମଗ୍ର ପୂର୍ବ ଭାରତର ସର୍ବବୃତହ ଦୁର୍ଗ ଥିବା ବେଳେ ଆଜି ଏପରି କୀର୍ତ୍ତିକଳାକୁ ସଂରକ୍ଷଣ କରିବା ସହ ସେଥିରେ ଲୁଚି ରହିଥିବା ୭ଟି ସଭ୍ୟତା ଆବିଷ୍କାର ହେବା ଉଚିତ ବୋଲି ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ମାନେ ମତପ୍ରକାଶ କରିଛନ୍ତି । ଆଜିବି ବିଚ୍ଛିନ୍ନାଞ୍ଚ ରାଇବଣିଆରେ ଗୁଞ୍ଜରିତ ହୁଏ ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ରାଇବଣିଆର ରଣ ସଂଗୀତ ଗଂଜାମ ପଥେ ଡାକେ….’ କୁ ନେଇ ପ୍ରତ୍ୟେକ ଓଡିଆ ଜାତି ଗର୍ବ ଅନୁଭବ କରୁଥିବା ବେଳେ ଏବେ ସେହି ଦୁର୍ଗକୁ ସରକାର ଏଥି ପ୍ରତି ଧ୍ୟାନ ନ ଦେବା ଐତିହାସିକ ମାନଙ୍କୁ ଆଶ୍ଚର୍ଯ୍ୟାନ୍ନିତ କରିଛି । ଡ. ହରେକୃଷ୍ଣ ମହତାବ, ଡ. ହରିଶ୍ଚନ୍ଦ୍ର ଦାସ, ପୂର୍ବତନ ଜିଲାପାଳ ଜନ୍ ବିମ୍ସ୍, ଡ. ଜଗନ୍ନାଥ ପଟ୍ଟନାୟକ ଏପରିକି କଲିକତା ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍ ଡ. ଅଶୋକ ଦତ୍ତଙ୍କ ମତ ଅନୁଯାୟୀ ଏହି ଦୁର୍ଗ ତତ୍କାଳୀନ ଉତ୍କଳର ମହାରାଜା ଲାଙ୍ଗୁଳା ନରସିଂହ ଦେବ ଙ୍କ ଅମଳର ବୋଲି କୁହଯାଇଛି । ତିନୋଟି ଦ୍ୱାର, ଗଡଖାଇ, ପ୍ରାଚୀର ଓ ସମସ୍ତ କୀର୍ତ୍ତ ରାଜି ପାଇଁ ପ୍ରଶିଦ୍ଧି ଲାଭ କରିଥିବା ଐତିହାସିକ ରାଇବଣିଆ ଦାର୍ଗର କୀର୍ତ୍ତି ପଥର ଗୁଡିକ ବିକ୍ଷିପ୍ତ ଭାବରେ ଏଣେତେଣେ ପଡିରହିଥିବା ବେଳେ ସେଥିରୁ କିଛି ଚୋରୀ ହୋଇ ଯାଉଛି । ୨୦୦୬ ମସିହା ଅଗଷ୍ଟ ୧୨ ତାରିଖରେ ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଆଗତ ପ୍ରଶ୍ନର ଉତ୍ତର ଦେଇ ତତ୍କାଳୀନ ସଂସ୍କୃତିମନ୍ତ୍ରୀ ସେଠାରେ ଥିବା ଜଗନ୍ନାଥ ମନ୍ଦିର ସଂପର୍କରେ ସୂଚନା ଦେଇଥିଲେ । ୨୦୧୫-୧୬ରେ ତତ୍କାଳୀନ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦ୍ୱାରା ମଂଜୁରିଲାଭ କରିଥିବା ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଧାପନ୍ଥରିଆ ଜଗନ୍ନାଥ ମନ୍ଦିରର କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇ ନାହିଁ । ସେଠାରେ ଏକ ଗଡ ଚଣ୍ଡି ମଣ୍ଡିର ପୂଜା ପାଇ ଆସୁଥିବା ବେଳେ ପ୍ରତ୍ୟେକବର୍ଷ ବିସୁବ ସଂକ୍ରାନ୍ତିରେ ସେଠାରେ ଯାଉଥିବା ମେଳାକୁ ଦେଖିବାକୁ ଓଡିଶା ଓ ପଶ୍ଚିମବଂଗର ବହୁ ଭକ୍ତ ସେଠାକୁ ଆସିଥାନ୍ତି । ଗଡଚଣ୍ଡି ମନ୍ଦିରର ପୁନଃନିର୍ମାଣ ଲାଗି ପୂର୍ବତନ ସାଂସଦ ଇଂ ରବିନ୍ଦ୍ର ଜେନା ତାଙ୍କ ହାତ ପାଣ୍ଠିରୁ ଅର୍ଥଦାନ କରିଛନ୍ତି । ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ରାଇବଣିଆ ଦୁର୍ଗ ସଂପର୍କରେ ବହୁ ତଥ୍ୟ ସମ୍ବଳିତ ପୁସ୍ତକ ରାଇବଣିଆର ଦିଗ ଦିଗନ୍ତ ରଚନା କରି ଆସିଥିଲେ ମଧ୍ୟ ସରକାରୀ ଆଢୁଆଳରେ ଅଦ୍ୟାବଧି ରହିଆସିଛି । ଅଦ୍ୟାବଧି ରାଇବଣିଆ ଗଡକୁ ଯାତାୟାତ ଲାଗି ସବୁଦିନିଆ ରାସ୍ତା ନାହିଁ । ସେହିପରି ବିଦ୍ୟୁତ୍ ସଂଯୋଗ ଲାଗି ତତ୍କାଳୀନ ଜିଲାପାଳ ଡ. ଅଖିତ ବିହାରୀ ହୋତା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନାହିଁ । ପାନ୍ଥ ନିବାସ ନ ଥିବାରୁ ପର୍ଯ୍ୟଟକ ମାନେ ସେଠାକୁ ଆସିବାକୁ ଉଚିତ୍ ମଣୁ ନାହାନ୍ତି । ନିକଟରେ ଏକ ହରିଣ ପାର୍କ ଖୋଲାଯାଇପାରିଲେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିପାରନ୍ତା । ସେହିପରି ଭାରତ ସରକାରଙ୍କ ପତ୍ନତତ୍ତ୍ୱବିତ୍ ବିଭାଗ ଦ୍ୱାରା ଏହାର ପୁନଃଉଦ୍ଧାର ଓ ଖନନ ୍ୟବସ୍ଥା କରିବାକୁ ରାଇବଣିଆ ଗଡ ସୁରକ୍ଷା ଓ ଆଚଳିକ ସଂଗଠନର ସଂପାଦକ ଡ. ଶ୍ରୀକାନ୍ତ ଚରଣ ପାତ୍ର ଓ କର୍ମକର୍ତ୍ତାମାନେ ଦାବୀ କରିଆସୁଛନ୍ତି । ରାତି ପାହିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରାଇବଣିଆ ଗଡରେ ଆସୁଥିବାରୁ ରାଇବଣିଆ ଗଡ, ମାକିଡିଆ ଟସର ଶିଳ୍ପ ଓ ଭକ୍ତ କବି ଦୀନକୃଷ୍ଣ ଦାସଙ୍କ ଜଦ୍ମ ପୀଠ ମୁଣୁତୁଣିଆ ଗସ୍ତ କରୁଥିବାରୁ ଉପରୋକ୍ତ ସ୍ଥାନ ସହିତ ଲକ୍ଷ୍ମଣନାଥ ଗଡ ଓ ଶାମାକାଳୀ ମନ୍ଦିରକୁ ନେଇ ଏକ ପର୍ଯ୍ୟଟନ ବଳୟ ସୃଷ୍ଟି ଘୋଷଣା କରିବାକୁ ସାଧାରଣରେ ଦାବୀ ହେଉଛି । ପ୍ରକାଶଯୋଗ୍ୟ ଅତୀତରେ ତତ୍କାଳୀନ ସଂସ୍କୃତିମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଏହି ଅଂଚଳକୁ ପର୍ପ୍ୟଟନ ବଳୟ ସୃଷ୍ଟି କରିବାକୁ ଘୋଷଣା କରିବାର ପ୍ରତିଶୃତି ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା