ଛତ୍ରପୁର (ସମୃଦ୍ଧ ଓଡିଶା) ନଗର ସ୍ୱାସ୍ଥ୍ୟ ମିଶନର ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବହିଃ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କ ସଂଖ୍ୟା, ବହିଃ ଚିକିତ୍ସା ନିମନ୍ତେ ବିଶେଷଜ୍ଞ, ଏନ୍.କିଉ.ଏ.ଏସ୍ ଏବଂ କାୟାକଳ୍ପ ଯୋଜନା, ଇ. ସଞ୍ଜିବନୀ ପରାମର୍ଶ, ଖୁସି ଯୋଜନା, ଟିକା କରଣ, ଘରକୁ ଘର ବୁଲି ପରିବାର ସର୍ବେକ୍ଷଣ, ପ୍ରତ୍ୟେକ ମାସରେ ମୋବାଇଲ୍ ହେଲଥ୍ ୟୁନିଟ୍ କୁ ଆସୁଥିବା ରୋଗୀଙ୍କ ଉପସ୍ଥାନ, ୨୦୧୪ ମସିହାରୁ ବର୍ତ୍ତମାନ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ, ବଜେଟ୍ ଓ ଖର୍ଚ୍ଚର ହିସାବ ଉପରେ ବିଶଦ ଭାବେ ଆଲୋଚନା ହୋଇଯାଇଛି । ଏଥି ସହ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୨୦୨୦ ମସିହାରୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କୋଭିଡ୍ କେସ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ୨୦୨୦ ମସିହାରେ ୪୧୬୫ ଗୋଟି, ୨୦୨୧ ମସିହାରେ ୩୮୬୩ ଗୋଟି ଓ ୨୦୨୨ ମସିହାରେ ୧୪୪୨ ଗୋଟି ପଜିଟିଭ୍ କେସ୍ ଚିହ୍ନଟ କରାଯାଇଥିଲା । ୧୮ବର୍ଷରୁ ଉର୍ଦ୍ଧ୍ଵ ବୟସର ବ୍ୟକ୍ତିଙ୍କୁ ଟିକା କରଣ ୧୧୩ ପ୍ରତିଶତ ଏବଂ ୧୫ବର୍ଷରୁ ୧୭ବର୍ଷ ପିଲାଙ୍କୁ ୬୧ ପ୍ରତିଶତ ଏବଂ ୧୨ରୁ ୧୪ ବର୍ଷ ପିଲାଙ୍କୁ ୬୭ ପ୍ରତିଶତ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ୧୮ବର୍ଷରୁ ଉର୍ଦ୍ଧ୍ଵ ବୟସର ବ୍ୟକ୍ତିଙ୍କୁ ୭୯ ପ୍ରତିଶତ, ୧୫ ରୁ ୧୭ବର୍ଷ ପିଲାଙ୍କୁ ୯୦ ପ୍ରତିଶତ ଏବଂ ୧୨ ରୁ ୧୪ବର୍ଷ ବୟସର ପିଲାଙ୍କୁ ୭୩ ପ୍ରତିଶତ ଦ୍ଵିତୀୟ ଡୋଜ୍ ଟିକା କରଣ କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ପ୍ରିକସନ୍ ଡୋଜ୍ ୪୫୯୧୯ ଜଣଙ୍କୁ ଦିଆଯାଇଛି ଯାହାକି ୧୭ ପ୍ରତିଶତ ଅଟେ । ସର୍ବ ପ୍ରଥମେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଥିବା ନିମନ୍ତେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଖୋଡାସିଙ୍ଗି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉତ୍ତରମୁଖୀଙ୍କୁ ଜିଲ୍ଲାପାଳ ପ୍ରମାଣ ପତ୍ର ପ୍ରଦାନ କରି ସେମାନେ ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟ ସେବାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ବୈଠକରେ ମେୟର ବ୍ରହ୍ମପୁର ଶ୍ରୀମତୀ ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ବ୍ରହ୍ମପୁର ମୁନିସିପାଲିଟିର କର୍ପୋରୋସନର କମିଶନର ଜେ. ସୋନାଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ଡା. ମନୋଜ କୁମାର ପଣ୍ଡା, ମେଡିକାଲ ଅଫିସର(ଭାରପ୍ରାପ୍ତ) ଡା. ସତ୍ୟ ନାରାୟଣ ଦାଶ ଓ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନଧି ନିମାଇଁ ଚରଣ ପଣ୍ଡା