
ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଉପାନ୍ତ ପଞ୍ଚାୟତ ନଛିମପୁର ଅଂଚଳକୁ ଯିବାଲାଗି ଟୋଲପ୍ଲାଜାର ଉଭୟପଟେ ଥିବା ଗଡାଣି ରାସ୍ତା ଦ୍ୱୟ ଏବେ ଖାଲ ଗର୍ତ୍ତରେ ପରିପୂର୍ଣ୍ଣ । ସେଠାରେ ବର୍ଷାପାଣି ଛିଡା ହେଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ଏପରିକି ପୋଲତଳେ ୨ ଫୁଟର ପାଣି ଜମା ହେଉଥିବା ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରାଥିକରଣ ବିଭାଗକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୋଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଆଜି ଏ ସମ୍ପର୍କରେ ସୀମାନ୍ତ ଉନ୍ନୟନ ପରିଷଦ ପକ୍ଷରୁ ୬୦ନଂ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶଙ୍କ ନିକଟକୁ ଏକ ସ୍ମାରକପତ୍ର ଟୋଲଗେଟ ଅଧିକାରୀ ଶଶିକୁମାରଙ୍କ ଜରିଆରେ ସୂର୍ଯ୍ୟାନନ୍ଦ ପାଳ, ରବିନ୍ଦ୍ର ନାଥ ଦାସ, ତ୍ରିଲୋଚନା ଦାସଅଧିକାରୀ, ନରୋତ୍ତମ ପ୍ରଧାନ, ସୁଦାମ ପାତ୍ର, ହେମନ୍ତ ଗିରି, ଦୁର୍ଗାଶଂକର ଗିରି ପ୍ରମୁଖ ପ୍ରଦାନ କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା