ନଦୀରୁ ବାଲି ଚାଲାଣ :୨ ହାଇଓ୍ବାକୁ ଜାଳି ଦେଲେ ଉତ୍ୟକ୍ତ ଗ୍ରାମବାସୀ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ଅନ୍ତର୍ଗତ କାଞ୍ଜିଆମା ଛକରେ ଗୁରୁବାର ରାତିରେ ନଦୀ ବାଲି ଚାଲାଣ ବେଳେ ଦୁର୍ଘଟଣା କାରଣରୁ ଉତ୍ଯକ୍ତ ଗ୍ରାମବାସୀ ୨ଟି ବାଲି ବୋଝେଇ ହାଇଓ୍ବାକୁ ଜାଳି ଦେଇଛନ୍ତି। ପ୍ରକାଶ ଯେ, ଗୁରୁବାର ରାତିରେ ହିଞ୍ଜିଳି ଥାନା ଅଧୀନ କାଞ୍ଜିଆମା ଛକ ନଦୀରେ ଏକ ବାଲି ବୋଝେଇ ହାଇଓ୍ବା ତହଁର ସରପଞ୍ଚ ଶିବରାମ ମେହଣାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରି ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରିଥିଲେ । ଉତ୍ୟକ୍ତ ଗ୍ରାମବାସୀ ନିଲାମି ହୋଇନଥିବା ବାଲିଘାଟରୁ ବାଲିବୋଝୋଇ ୨ଟି ହାଇଓ୍ବା ଗାଡିକୁ ପୋଡାଜଳା କରିଛନ୍ତି । ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ନଥିବା କୁହାଯାଇଛି । ତହଁର ଓ କାଞ୍ଜିଆମା ରାସ୍ତାରେ ପ୍ରତିଦିନ ଶହଶହ ହାଇଓ୍ବା ବାଲିଚାଳଣ ହୋଇ ଯାଉଥିବା ଓ କିଛିନାକିଛି ଛୋଟ ବଡ ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ କରୁଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଖଣି ବିଭାଗୀୟ ଅଧିକାରୀଙ୍କୁ ବେନିୟମ ତଥା ନିଲାମ ହୋଇନଥିବା ଭେଟସିଂ ବାଲିଘାଟ ରୁ ବାଲିଉଠାଣ ବନ୍ଦ କରିବା ନେଇ ଜଣାଇଥିଲେ ମଧ୍ୟ କାର୍ଯ୍ଯାନୁଷ୍ଠାନ ଶୁନ ଥିବା ଜଣାପଡ଼ିଛି । ଯାହାକି ଆଜିର ଦୁର୍ଘଟଣା ପରେ ଏହି ଅଭାବନୀୟ ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଗୁରୁବାର ରାତିରେ ଦେଖିବା ମିଳିଛି । ଖଣି ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ତହସିଲ କାର୍ଯ୍ଯାଳୟ କବିସୂର୍ଯ୍ୟନଗର ଅଧିକାରୀଙ୍କୁ ଗ୍ରାମବାସୀ ଜଣାଇଥିଲେ ମଧ୍ୟ ବେନିୟମ ଭାବେ ପ୍ରତିଦିନ ଶହଶହ ହାଇଓ୍ବା ଓ ଟିପ୍ପରରେ ବାଲି ଚୋରାଚାଳଣ ହେଉଥିବା ଜଣାପଡ଼ିଛି। କାର୍ଯ୍ଯନୁଷ୍ଠାନ କୋମାର ଥିଲା ବେଳେ ବହୁ ରାଜସ୍ୱ କ୍ଷତି ସହିତ ସାଧାରଣଜନତାଙ୍କ ପାଇଁ ଆକାଶଛୁଆଁ ବାଲିଦର ହୋଇଛି । ଯାହାକି ରାସ୍ତାରେ ଛୋଟବଡ ଦୁର୍ଘଟଣା ସହିତ ଦୁଇଚକିଆ ଯାନବାହାନ ସାଧାରଣଜନତା ଭୟଭୀତ ହୋଇରହିଛନ୍ତି । ନିଲାମି ହୋଇଥିବା ବାଲିଘାଟର ଆର ଫାର୍ମକୁ ନିଲାମି ହୋଇନଥିବା ବାଲି ଘାଟରେ ବ୍ଯବହାର କରି ଉଚ୍ଚା ଦରରେ ଖାଉଟି କିଣିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ସହିତ ସରଜମିନ ତଦନ୍ତ ପାଇଁ ନୁଆଁ ସରକାରର ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଉପରେ ସ୍ଥାନୀୟ ଲୋକଙ୍କ ଭରସା ଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ।
ରିପୋର୍ଟ:-ରଜତ ପଟ୍ଟନାୟକ