

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଲକ ତିଳେଶ୍ୱର ଗାଁର ଆକୁଳ ସ୍ୱାଇଁଙ୍କ ଗାଁ ନିକଟରେ ଥିବା ଘୋଡାହାଡ ନଦୀର ଗଣ୍ଡରେ ବୁଡି ମୃତ୍ୟୁ ଘଟିଛି । ସୂଚନା ଯେ, ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ, ନଦୀରେ ଶବ ଭାସିବା ଦେଖିଥିଲେ ଗ୍ରାମବାସୀମାନେ ଏହାପରେ ଦିଗପହଣ୍ଡି ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଆକୁଳକୁ ଦିଗପହଣ୍ଡି ମେଡିକାଲ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା