ନଦୀରେ ବୁଡି ଯାଇ ପ୍ରାଣ ହରାଇଥିବା ଛାତ୍ରଙ୍କ ପାଇଁ ବିଦ୍ୟାଳୟରେ ଶୋକ ସଭା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ଯାଇନଦୀରେ ବୁଡି ଯାଇ ପ୍ରାଣ ହରାଇଥିବା ଦୁଇଜଣ ଛାତ୍ରଙ୍କପାଇଁ ଗବରଦ୍ଧନପୁର ପ୍ରାଥମିକ ବିଦ୍ୟାଳୟରେ ଶୋକ ସଭାଅନୁଷ୍ଠିତ ହୋଇଯାଇଛି । ପ୍ରାଣ ହରାଇଥିବା ଛାତ୍ରୀମାନଙ୍କର ସାଙ୍ଗ ସାଥୀମାନେ ତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଂଜଳୀ ଅର୍ପଣ କରିବା ସଙ୍ଗେ ସଙ୍ଗେ ମହମବତୀ ଜଳାଇ ତାଙ୍କ ଆତ୍ମାର ସଦ୍ ଗତି  ପାଇଁ ପ୍ରାର୍ଥନା କରିଥିଲେ । ଗତ ୨୩ ତାରିଖ କାର୍ତ୍ତିକ ପୁର୍ଣ୍ଣିମା ଦିନ କୋଟ ସାହି ଗ୍ରାମପଞ୍ଚାୟତର ଗୋବରଦ୍ଧନପୁର ଗ୍ରାମର ସାମଲନାଥ (୧୨) ଓ ପଙ୍କଜ ନାଥ (୧୩) ନାମକ ଦୁଇଜଣ ନାବାଳକ ବୋଇତ ବନ୍ଦାଇବା ଉତ୍ସବ ଦେଖିବାକୁ ଯାଇ ନଦୀରେ ବୁଡି ଯାଇ ପ୍ରାଣ ହରାଇଥିଲେ । ଗ୍ରାମ ନିକଟ ସୁବର୍ଣ୍ଣରେଖା ନଦୀ ଦାରବୁଢି ଘାଟରେ ସେହିଦିନ ସକାଳ ୬ଟାସମୟରେ ପଞ୍ଚୁକ ଉତ୍ସବ ଉପଲକ୍ଷେ ବୋଇତ ଭସାଇବା ପାଇଁ ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁମାନେ ଆସିଥିଲେ । ସେମାନଙ୍କ ମଧ୍ୟରେ ଏହି ନାବାଳକ ଦୁଇଜଣ ଆସିଥିଲେ ଓ ଗଭୀର ଜଳରେ ବୁଡିଯାଇ ପ୍ରାଣ ହରାଇଥିଲେ । ସେମାନଙ୍କର ମୃତ ଦେହ ୨ଦିନ ପରେ ବୁଡାଳୀମାନେ ଉଦ୍ଧାର କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା