
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଗୁରୁବାର ଦ୍ୱିପ୍ରହରରେ ସୁବର୍ଣ୍ଣରେଖା ନଦୀର ମାକିଡିଆ ଗାଁ ଏକ ସ୍ପୋର ନିକଟରେ କେତେକ ନା ବାଳକ ଗାଧୋଉଥିବା ବେଳେ ବିମଳ ପୁଅଙ୍କ ନାବାଳକ ପୁଅ ହରିପଦ ଘଡାଇ ପଥରରୁ ଗୋଡ ଖସିଯାଇଥିଲା । ସେ ପହଁରା ଜାଣିନଥିବାରୁ ଗଟଣା ସ୍ଥଳରେ ବୁଡି ଯାଇଥିଲା । ଗାଁ ଲୋକେ ଆସି ବହୁ ଖୋଜାଖୋଜି ପରେ ତାର ଶବ ଉଦ୍ଧାର କରିଥିଲେ । ସେ ନବମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ବେଳେ ରାଇବଣିଆ ପୋଲିସ୍ ଶବ ବ୍ୟବଚ୍ଛେଦ କରି ଏକ ଅପମୃତ୍ୟୁ ମାମଲା ୫/୨୦ ରୁଜୁ କରିଛି ।
ରିପୋର୍ଟ : ଭୂପତି କୁମାର ପରିଡା