

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମୁଖରେ ଥିବା ପୋଖରୀ ମଧ୍ୟ ଜଳାଶୟ ପାର କରିବା ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିଥିଲେ ଗଜପତି ଆରକ୍ଷୀ ଅଧ୍ୟକ୍ଷ ସାରା ଶର୍ମା । ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ତାର ମୁକାବିଲା କରିପାରିବେ ଜଳ ବନ୍ଧି ମଧ୍ୟରୁ କିପରି ସୁରକ୍ଷିତ ସ୍ଥାନକୁ ଯିବେ ତାର ତରିକା ଶିଖାଇଛନ୍ତି ଓଡିଶା ମାଉଟେନିଂ ଆଣ୍ଡ ସ୍ପୋଟ୍ସ କ୍ଳାଇମ୍ବିଂ ଦଳ । ଅଭିରେଷ୍ଟ ପର୍ବତାରୋହଣକାରୀ ଯୋଗାଅଭ୍ୟାସ ଭୋଇଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାକୁ ଆସିବା ପାଇଁ ଓ ଏହିଭଳି ତରିକା ଶିଖେଇବା ପାଇଁ ଏସପି ସାରା ଶର୍ମା ସେମାନଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଜଳାଶୟ ପାର କରିବା ତରିକା ଶିଖିଥିଲେ । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବନବିଭାଗ ଅଧିକାରୀ ବିବେକ କୁମାର, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏବଂ ବହୁ ପୋଲିସ କର୍ମଚାରୀ ସମେତ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

