ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉପାନ୍ତ ଜଳେଶ୍ୱରରେ ଏକ ଗୋଶାଳା ପ୍ରତିଷ୍ଠା କରିବା ଆବଶ୍ୟକତା ଥିବା ବେଳେ ଏବେ ଏହା ପ୍ରତିଷ୍ଠା ହୋଇ ପାରିଛି । ନନ୍ଦିନୀ ଗୋଶାଳାର କର୍ମକର୍ତ୍ତାଙ୍କ ପକ୍ଷରୁ ଆଜି ଗୋବଂଶ ରକ୍ଷା, ସମ୍ମାନ ଓ ସମ୍ବଦ୍ଧର୍ନା ପାଇଁ ପାଳିତ ହେଉଛି ଗୋଷ୍ଠାଷ୍ଟମୀ ଉତ୍ସବ । ନନ୍ଦିନୀ ଗୋଶାଳା କମିଟିର ସଭାପତି ଅଧ୍ୟାପକ ହେମନ୍ତ କୁମାର ଦାସ ଏଇôରେ ସଭାପତିତ୍ୱ କରି ଗୋଶାଳାର ଆବଶ୍ୟକତା ସମ୍ପର୍କରେ କହିଥିଲେ । ମୁଖ୍ୟ ଅତିଥିଭାବେ ପୂର୍ବତନ କଲେଜ ଅଧ୍ୟକ୍ଷ ଜିତାରାମ ଦେ ଯୋଗ ଦେଇ ଭାରତୀୟ ସଂସ୍କୃତିରେ ଗୋମାତାର ଆବଶ୍ୟକତା ପାଳନ, ପୂଜନ ଓ ସେବା ଫଳରେ କେତେକ ବୈଜ୍ଞାନୀକ ସମ୍ମତ କାରଣ ଉପସ୍ଥାପନ କରିବା ସହ ଆମ ସଂସ୍କୃତିରେ ଗୋମାତାର ସ୍ଥାନ ସର୍ବାଗେ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ଜିଲା ଗୋ ସମିତିର ସଂଯୋଜକ ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇ ପଂଚାମୃତ, ପଞ୍ଚଗବ୍ୟ, ପଂଚପଲ୍ଲଭ ଇତ୍ୟାଦି ଭାରତୀୟ ସଂସ୍କୃତିରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଗୋରସ ଯୋଗୁଁ ଗୋ ସମ୍ପଦକୁ ଗୋମାତା ଆଖ୍ୟା ଦିଆଯାଇଥାଏ । ନନ୍ଦିନୀ ଗୋଶାଳା କମିଟିର ଉପସଭାପତି କପିଳେଶ୍ୱର ମହାନ୍ତି, ପଣ୍ଡିତ ପୂର୍ଣ୍ଣେନ୍ଦୁ ପାଣିଗ୍ରାହୀ, ଉତ୍ତରବାଲେଶ୍ୱର ଗୋ ସୁରକ୍ଷା କମିଟିର ସୁଶାନ୍ତ କୟାଲ ଏବଂ ଗୋ ଶାଳାଳର ମୁଖ୍ୟ ଉପଦେଷ୍ଟା କୁଞ୍ଜବିହାରୀ ଦେ ଏଥିରେ ଉପସ୍ଥିତ ରହି ଗୋ ସମ୍ପଦ କେଉଁ ଆଦିମ କାଳରୁ ସଭ୍ୟତାକୁ ସଦୃଢ କରି ଆସୁଛି ସେ ସମ୍ପର୍କରେ ତଥ୍ୟଗତ ବକ୍ତବ୍ୟ ରଖିଥିଲେ । ଉପସ୍ଥିତ ବହୁ ମହିଳା, ମା ମାନେ ଗୋ ସମ୍ପଦ ବନ୍ଦାପନା, ପୂଜାର୍ଚ୍ଚନା ଓ ଖାଦ୍ୟ ଦେଇ ଆର୍ଶିବାଦ ଭିକ୍ଷା କରୁଥିବାର ଦୃଶ୍ୟ ବହୁ ଲୋକଙ୍କୁ ଆକୃଷ୍ଟ କରିଥିଲା । ଅଧ୍ୟାପକ ଅନନ୍ତ କୁମାର ଦାସ ନନ୍ଦିନୀ ଗୋଶାଳା କାର୍ଯ୍ୟକ୍ରମ ଗତ ଗଣେଶପୂଜା ଠାରୁ ଆରମ୍ଭ ହୋଇ ଏବଂ ଉପାନ୍ତରେ ଏପରି ଏକ ସମିତିର ଆବଶ୍ୟକତା ସମ୍ପର୍କରେ କହିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା