

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ନବଜୀବନ ଅନାଥ ଆଶ୍ରମରେ ଏକ ନିଆରା ଜନ୍ମଦିନ ପାଳିତ ହୋଇଯାଇଛି । ଏଥିରେ ପାରଳାଖେମୁଣ୍ଡି ସ୍ଥିତ ଓଡିଆ ଭଣ୍ଡାରୀ ସାହିର ବାସିନ୍ଦା ଇଂ. ଲଷ୍ମୀନାରାୟନ ମିଶ୍ରଙ୍କ ଜନ୍ମଦିନ ଅବସରରେ ଅନାଥ ପିଲାମାନଙ୍କୁ ପଂକ୍ତି ଭଜନ ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଵିନଦ ଚନ୍ଦ୍ର ଜେନା ଯୋଗ ଦେଇ ଏପରି ଏକ କାର୍ଯ୍ୟକ୍ରମରକୁ ପ୍ରସଂସା କରିଥିଲେ । ଏହାସହ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗଣେଶ କୁମାର ରାଜୁ, କୃଷ୍ଣ କୁମାର ବେହେରା, ଶିଶିର କୁମାର ଗୌଡ଼, ପପୁ ମିଶ୍ର, ଗରୁଡ ଧ୍ଵଜ ଚୌଧୁରୀ କେସିଏଚ ରତ୍ନମ ସନ୍ତୋଷ ପଣ୍ଡା, ବାଳ କୃଷ୍ନ ପାଣିଗ୍ରାହୀ ଉପସ୍ଥିତି ଥିଲେ ।
ରିପୋର୍ଟ : କୃଷ୍ନ କୁମାର ବେହେରା
