ନବନିର୍ମାଣ କୃଷକ ସଂଗଠନର ବୈଠକ:ଅପ୍ରେଲ ୨ରୁ ଗଣତନ୍ତ୍ରକୁ ବଞ୍ଚାଅ ନାରାବାଜି,୧୧ରେ ଭୋଟ ବକ୍ସ ବନ୍ଦ ନିଷ୍ପତ୍ତି…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ନବନିର୍ମାଣ କୃଷକ ସଂଗଠନ ତରଫରୁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଢେଙ୍କାନାଳର ଦଧିବାମନ ମନ୍ଦିର ପରିସରରେ ଅନୁଷ୍ଠିତ କରାଯାଇଛି । ଏହି ସଭାରେ ଜିଲ୍ଲା ସଂଯୋଜକ କ୍ଷେତ୍ରବାସୀ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ମୁଖ୍ୟ ଆଲୋଚ୍ୟ ବିଷୟ ସ୍ୱାଧୀନତାର ୭୨ ବର୍ଷ ପରେ ଚାଷୀ ଆଜି ଅବହେଳିତ ଚାଷୀର କଥା କହିବାର ଅଧିକାର ନାହିଁ । ବିଗତ ୯ ବର୍ଷ ଧରି ନବନିର୍ମାଣ କରି ଆସୁଥିବା ଆନ୍ଦୋଳନର ଫଳ ସ୍ୱରୂପ ଚାଷୀ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଓ ଚାଷୀ ସୁରକ୍ଷା ଭର୍ତ୍ତା ୫୦୦୦ ଟଙ୍କା ଓ ସମ୍ମାନ ଦାବିରେ ଆନ୍ଦେଳନ ଜାରି ରହିଛି । ଏହି ସଭାରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ରାଉତ କହିଲେ ଚାଷୀଙ୍କୁ ଯଦି ପେନସନ ନାହିଁ ତେବେ ଭୋଟ ବକ୍ସ ବସିବ କେଉଁଥିପାଇଁ । ଚାଷୀର ଜମିକୁ ଜଳସେଚନ ଧାନ ମଣ୍ଡିକୁ ଠିକ ଭାବରେ ପରିଚାଳନା ଏବଂ ସମ୍ବିଧାନର ଧାରା ୨୧ ଓ ଧାରା ୧୯କୁ ସଠିକ ଭାବରେ କାର୍ଯ୍ୟ ଜାରି କରିବା ସହ ସଂଗଠନ ନିଷ୍ପତି ନେଇଛି ଆସନ୍ତା ୨ ଅପ୍ରେଲରେ ନୟାଗଡ ଜିଲ୍ଲାରୁ ଗଣତନ୍ତ୍ରକୁ ବଞ୍ଚାଅ ଯାତ୍ରାବାହି ବାହାରି ଆସନ୍ତା ଅପ୍ରେଲ ୧୧ ତାରିଖ ଢେଙ୍କାନାଳ ସଦରରେ ପହଞ୍ଚିବ ଏବଂ ଚାଷୀମାନେ ଭୋଟ ବକ୍ସକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ଅଶ୍ୱିନୀ ଜେନା, ଗୋଲକ ମହାନ୍ତି, ପ୍ରହଲ୍ଲାଦ ସାହୁ, କୈଳାସ ମହାରଣା, ସୁଧାକର ପରିଡା, ଗୌର ନାୟକ, ଅଭୟ କୁମାର ନାୟକ, ଅରବିନ୍ଦ ବରାଳ ପ୍ରଭୃତି ଯୋଗଦେଇ ଚାଷୀର ବିକାଶ ପାଇଁ ଆମେ ଜେଲ ଯିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି