ନବନିର୍ମାଣ କୃଷକ ସଂଘ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡ଼ାକରା…

ଛତ୍ରପୁର (ସମୃଦ୍ଧ ଓଡିଶା) ଚାଷୀର ପେନସନ୍ ଓ ସୁରକ୍ଷା ଭର୍ତ୍ତା ସହ ପୋଲିସ ମାତ୍ରାଧିକ କାର୍ଯ୍ୟାକଳାପ ବିରୋଧରେ ଚାଷ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ନାରା ଦେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ବ୍ୟାପୀ ଆସନ୍ତା ୨୧ ତାରିଖ ତଥା ଆସନ୍ତାକାଲି ଓଡ଼ିଶା ବନ୍ଦ ଡ଼ାକରା ଦେଇଛି । ଏନେଇ ଗଞ୍ଜାମ ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଭାରୀ ସଚିନ୍ ମହାପାତ୍ର ଯୋଗଦେଇ ଚାଷ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ କହିବା ସହ ପୋଲିସ ନିଜର ଜନଜୀବନ ସୁରକ୍ଷା ପାଇଁ ଲଢେଇ କରୁଥିବା ଚାଷୀଙ୍କ ଉପରେ ଜୁଲମ୍ କରୁଛି, ପୋଲିସ ଅତ୍ୟାଚାର ବନ୍ଦ ହୋଇ ନିସ୍ୱାକ୍ଷ ହେବା ଓ ଚାଷୀମାନଙ୍କର ପ୍ରାଇସ, ପ୍ରେସଷ୍ଟିଜ୍, ପେନସନ୍ ଦାବି ପାଇଁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ଏହାକୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ରାଜନୈତିକ ଦଳ ଓ ଚାଷୀ ନେତାମାନେ ସମର୍ଥନ ଜଣାଉଛନ୍ତି । ଆସନ୍ତା ୨୧ ତାରିଖ ଦିନ ତଥା ଆସନ୍ତାକାଲି ବିଭିନ୍ନ ସ୍କୁଲ, କଲେଜ, ଓକିଲ ସଂଘ, ଶିକ୍ଷକ ସଂଘ, ଟ୍ରକ ମାଲିକ ସଂଘ, ବ୍ୟବସାୟୀ ସଂଘ, ରାଜନୈତିକ ଦଳ, ପ୍ରଗତିଶୀଳ ବ୍ୟକ୍ତି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ଉପଦେଷ୍ଟା ରମେଶ ଚନ୍ଦ୍ର କର, ରଙ୍ଗେଇଲୁଣ୍ଡା ବ୍ଲକ୍ ସଂଯୋଜକ ଲୋକନାଥ ଦଳେଇ ଓ ସୁଦର୍ଶନ ପାତ୍ର,  ଖଲିକୋଟ ବ୍ଲକ୍ ସଂଯୋଜକ ରଙ୍କନିଧି ପାତ୍ର, ଛତ୍ରପୁର ବ୍ଲକ ସଂଯୋଜନ ଇଜୁ ଅମିତ ଖାନ୍, ପ୍ରଦୀପ ନାହାକ, ସୁବୋଧ ସୁମନ ସ୍ୱାଇଁ, ଜଲାଲ୍ ଖାନ୍, ଦୀପକ ରାଉଳ, ଅଭିଶେକ୍ ପଟ୍ଟନାୟକ, ଋଷିକୁଲ୍ୟା ରୟତ ମହାସଭାର  ସମ୍ପାଦକ ସିମାଂଚଳ ନାହାକ, ଧରାକୋଟ ସଂଯୋଜକ ବିଜୟ କୁମାର ଜେନାଙ୍କ ସମେତ ବହୁ ଚାଷୀ ନେତା ଅଂଶ ଗ୍ରହଣ କରିଥିଲେ । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା