ନବନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା

ଛତ୍ରପୁର (ନିମାଇଁ ଚରଣ ପଣ୍ଡା)ଗଞ୍ଜାମ ଜିଲ୍ଲା ଚାଷୀର ତିତଳି କ୍ଷୟକ୍ଷ୍ୟତି ଦାବି କରି ଆସନ୍ତା ଅକ୍ଟୋବର ୨୯ ରୁ ନଭେମ୍ବର ୫ ପଯ୍ୟନ୍ତ ସାରା ରାଜ୍ୟରେ ପଦଯାତ୍ରା କରିବେ ନବନିର୍ମାଣ କୃଷକ ସଙ୍ଗଠନ । ଏହି ସଂଗଠନ ବିଭିନ୍ନ ଅଞ୍ଚଳରୁ ବାହାରି ଭୂବନେଶ୍ୱରରେ ପହଞ୍ଚିବ । ଏହିଥି ପାଇଁ ଆଜି ବ୍ରହ୍ମପୁର ଗଞ୍ଜାମ କଳା ପରିଷଦରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସମସ୍ତ ଚାଷୀ ଭାଗ ଚାଷୀ ଯୁବକ ଓ ଛାତ୍ର ସମାଜ ସମସ୍ତେ  ଏହି  ଐତିହାସିକ ପଦଯାତ୍ରାରେ ଅଂଶ ଗ୍ରହଣ କରି କୃଷକ ସଂଗଠନର ଏହି ସତ୍ୟାଗ୍ରହକୁ ସଫଳ କରିବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଗଂଜାମ ଜିଲ୍ଲାର ପ୍ରହରୀ ସଚିନ ମହାପାତ୍ର , ଇଜୁ ଅମିନ ଖାଁ, ଲୋକନାଥ ସ୍ୱାଇଁ, କୈଳାସ ପାତ୍ର, ସୁଦର୍ଶନ ପାତ୍ର, କୋରନାଥ ସ୍ୱାଇଁ, ସୁବାସ ମହାରଣା, ସନ୍ତୋଷ ମଲ୍ଲିକ, ଲୋକନାଥ ଦଳେଇ ସମେତ ଅଂଶ ଗ୍ରହଣ କରିଥିଲେ ।