ନବରଙ୍ଗପୁରର ଶ୍ରମିକ ଦାଦନ ଖଟିବାକୁ ଯାଇ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ମୁମ୍ବାଇରୁ ଫେରିଲେ….

ନବରଙ୍ଗପୁର (ସମୃଦ୍ଧ ଓଡିଶା) ପାପାଡାହାଣ୍ଡି ବ୍ଲକ ମୈଦଲପୁର ନିକଟସ୍ଥ କଣ୍ଟାମାଳ ଗ୍ରାମ ପଞ୍ଚାୟତର ଲକ୍ଷ୍ମଣ ମାଝୀ ଓ ଗଙ୍ଗେଏ ମାଝୀଙ୍କ ପୁଅ ରୋନୁ ମାଝୀ (୨୫) ପାରିବାରର ଆର୍ଥିକ ଅବସ୍ଥା ଠିକ୍‌ ନଥିବାରୁ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ । କିଛିଦିନ ତଳେ ରୋନୁ ଗ୍ରାମର ଜଣେ ସାଥୀଙ୍କ ସହିତ ଦାଦନ ଖଟିବାକୁ ମୁମ୍ବାଇ ଯାଇ ଡେଙ୍ଗୁ ଜ୍ୱରର ଆକ୍ରାନ୍ତ ହୋଇଛନ୍ତି । ସେଠାରେ କାମ କରିବା ପରେ ହଠାତ ଦେହ ଅସୁସ୍ଥ ହେବାରୁ ପ୍ରବଳ ଜ୍ୱର ହୋଇଥିଲା । ଏହା ପରେ ସେ ପାଖରେ ଥିବା ଏକ ଘରୋଇ ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ।ଡାକ୍ତର ରକ୍ତ ପରୀକ୍ଷା ପାଇଁ ଶ୍ରୀଗଣେଶକୃପା ପାଥୋଲଜିରେ ରକ୍ତ ପରୀକ୍ଷା କରିଥିଲେ । ପରୀକ୍ଷା ପରେ ଜଣାପଡିଲା ଯେ, ରୋନୁ ଡେଙ୍ଗୁ ପଜିଟିଭରେ ପୀଡ଼ିତ । ଏହା ପରେ ସେ ଚିନ୍ତାରେ ପଡି ଯାଇଥିଲେ । ପାଖରେ ଥିବା କିଛି ଟଙ୍କାରେ ଚିକିତ୍ସା କରିଥିଲେ । ଟଙ୍କା ସରିବା ପରେ ନିଜ ଘରକୁ ଆସିଥିଲେ । ପୁଅକୁ ଡେଙ୍ଗୁ ହେଇଛି ଶୁଣି ପରିବାର ଲୋକେ ଚିନ୍ତାରେ ନିଦ ହଜିଯାଇଛି । ଗରିବ ପରିବାର ହୋଇଥିବାରୁ ବଡ଼ ଡାକ୍ତରଖାନାକୁ ନ ନେଇ ଘରେ ଯନ୍ତ୍ରଣାରେ ଛଟପଟ ହେଉଛି ରୋନୁ ମାଝୀ ।ଆଗକୁ କଣ କରିବେ ଚିନ୍ତାର ଅଛନ୍ତି ପରିବାର ବର୍ଗ । ସ୍ଥାନୀୟ କଣ୍ଟାମାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଲଖିନାଥ ମାଝୀ ଜାଣିବା ପରେ ରୋନୁ ମାଝୀଙ୍କୁ ଡାକ୍ତରଖାନାକୁ ନେଇ ତାର ସମସ୍ତ ସରକାରୀ ବ୍ୟାବସ୍ଥା କରିବେ ବୋଲି କହିଥିଲେ ।