ନବରଙ୍ଗପୁର(ସମୃଦ୍ଧଓଡିଶା) ନବରଙ୍ଗପୁର ଜିଲ୍ଲାର ଅନ୍ୟ ଏକ ପରିଚୟ “ମଣ୍ଡେଇ” ପର୍ବ। ଜିଲ୍ଲାର ସାଂସ୍କୃତିକ ଏବଂ ସାମାଜିକ ପରମ୍ପରାର ଗୁରୁତ୍ଵକୁ ବହନ କରେ ମଣ୍ଡେଇ। ଆସନ୍ତା ୦୬/୧୨/୨୪ ରୁ ୧୦/୧୨/୨୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ ମହୋତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଆମନ୍ତ୍ରଣ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା ଏବଂ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଉପସ୍ଥିତ ଥିଲେ। ମଣ୍ଡେଇ ପର୍ବ ନବରଙ୍ଗପୁର ଜିଲ୍ଲାର ସମୃଦ୍ଧ ଲୋକ ସଂସ୍କୃତି ଓ ଅନ୍ୟାନ୍ୟ ବିଭବ ଗୁଡ଼ିକୁ ରାଜ୍ଯ ଏବଂ ଜାତୀୟ ସ୍ତରରେ ଲୋକଲୋଚନକୁ ଆଣିବାର ଏକ ପ୍ରୟାସ।
ରିପୋର୍ଟ : ରୋଜାଲିନ୍ ସାହୁ, ଲୋକସମ୍ପର୍କ ଅଧିକାରୀ