ନବୀନ ପକ୍ଷରୁ ଜୟପ୍ରକାଶ ଜୟନ୍ତୀ ଓ ଲୋହିଆଙ୍କ ଶ୍ରାଦ୍ଧ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନର ମହାନ ନେତା ଜୟପ୍ରକାଶ ନାରାୟଣଙ୍କ ୧୧୬ତମ ଜୟନ୍ତୀ ଓ ସମାଜବାଦୀ ଚିନ୍ତକ ଡ଼. ରାମମନୋହର ଲୋହିଆଙ୍କ ୫୧ତମ ଶ୍ରାଦ୍ଧ ଦିବସ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ନବୀନଭବନ ଠାରେ ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ସଭାପତି ଶ୍ରୀ ରଥ, ତାଙ୍କ ସ୍ୱାଗତ ଭାଷଣରେ ଭାରତକୁ ବ୍ରିଟିଶ ଶାସନ ମୁକ୍ତ କରିବା ପାଇଁ ଉଭୟ ବରପୁତ୍ର ଦୀର୍ଘ ସମୟ ଧରି ଆନ୍ଦୋଳନ କରି ଯେଉଁ ଦିଗଦର୍ଶନଦେଖାଇଛନ୍ତି ତାହା ଆଜିର ଯୁବ ସମାଜ ପାଇଁ ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡ଼ା. ଶ୍ରୀବତ୍ସ ଦଳାଇ, ସମ୍ପାଦକଡ଼ା. ଚନ୍ଦ୍ରମଣି ସ୍ୱାଇଁ ଓ ସୁଶାନ୍ତ କର, ଏଚଏମଏସର ନେତା ସତ୍ୟ ନାରାୟଣ ତି୍ରପାଠୀ,ଇଂ. ମାନସ ରଞ୍ଜନ ତ୍ରିପାଠୀ, ମେଡିକାଲ କର୍ମଚାରୀ ସଂଘ ନେତା ସୁକାନ୍ତ ମୁଖୀ,ଲାଲୁମୋହନ ବେହେରା, ଗୋବିନ୍ଦ ପଣ୍ଡା, ମଞ୍ଜୁ ରଥ, ବନଲତା ପାଣିଗ୍ରାହୀ,ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ସନ୍ତୋଷ ପାଣିଗ୍ରାହୀ, ରାଜୀବ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତରହି ଦୁଇ ମହାନ ନେତାଙ୍କ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭା ପୂର୍ବରୁଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ରିପୋର୍ଟ : ରବି ରଥ