

ଛତ୍ରପୁର (ସମୃଦ୍ଧ ଓଡିଶା) ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ରାଜ୍ୟ ବିଜେପି ଉପସଭାପତି ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ସଦଳବଳେ ଗତକାଲି ନୋମିନେସନ ଦାଖଲ କରିଛନ୍ତି । ନୋମିନେସନ ଦାଖଲ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବରିଷ୍ଠନେତା ଡ଼ ଦାମୋଦର ରାଉତ, ଭୃଗୁବକ୍ସି ପାତ୍ର ଆଦି ବହୁ ବରିଷ୍ଠ ନେତା ସାଥିରେ ରହିଥିଲେ । ବିଜେପି କର୍ମୀମାନଙ୍କୁ ନେଇ ବିଜେପି ବିଧାୟକ ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ଏକ ବିରାଟ ଶୋଭାଯାତ୍ରାରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟକୁ ଯାଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହାପରେ ଏକ ସାଧାରଣ ସଭାରେ ବିଜେଡି ସରକାରଙ୍କ ଉପରେ ବର୍ଷିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦାମ ରାଉତ ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ରହିଥିଲା । ତେବେ ହିଞ୍ଜିଳିରୁ ନବୀନ ପଟ୍ଟନାୟକଙ୍କୁ ହଟାଇ ହିଞ୍ଜିଳିର ଉତ୍ତୋରତ୍ତର ଉନ୍ନତି ସାଧନ କରିବା ପାଇଁ ବିଧାୟକ ପ୍ରାର୍ଥୀ ସଂକଳ୍ପ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






















