ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ର ପୁର ଗ୍ରାମପଞ୍ଚାୟତ ମୁଖ୍ୟାଳୟଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ନରେନ୍ଦ୍ରପୁର ସେବା ସମବାୟ ସମିତି ପକ୍ଷରୁ ଖରିଫ୍ ଋତୁରେ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ବୁଧବାର ଦିନ ଧାନ ମଣ୍ଡିକୁ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉଦଘାଟନ କରିଛନ୍ତି । ଏହି ଅବସରରେ ଏ.ଏସ.ଏ.ଆର.ସି. ସୁକାନ୍ତ କୁମାର ପାଢ଼ୀ ସଂଯୋଜନା କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ, ସରପଞ୍ଚ ବାବୁଲା କୁମାର ବେହେରା, ଭିକାରୀପଲ୍ଲୀ ପଞ୍ଚାୟତ ସରପଞ୍ଚ ଧବଳେଶ୍ଵର ପ୍ରଧାନ, ସମିତିସଭ୍ୟ ଭାଗିରଥି ପ୍ରଧାନ ଯୋଗାଣ ନିରୀକ୍ଷକ, ଜୟରାମ ଲେଙ୍କା ଉପସ୍ଥିତ ରହି ଛତ୍ରପୁର ବ୍ଲକରେ ମୋଟ ୫୭୯୩ ଜଣ ଚାଷୀଙ୍କର ଧାନମଣ୍ଡିକୁ ଦେବା ପାଇଁ ଚାଷୀ ପଞ୍ଜିକୃତ କରିଛନ୍ତି । ଚାଷୀ ପର୍ଶୁରାମ ଜେନା କହିଛନ୍ତି ଯେ’ ସମ୍ପାଦକ ମାନେ ସରକାରୀ ଧାର୍ଯ୍ୟ କରିଥିବା, ଧାନ କୁଇଣ୍ଟାଲ ପ୍ରତି ୧୯ ଶହ ୪୦ ଟଙ୍କା ହୋଇଛି । ତେବେ ଯୋଗାଣ ନିରୀକ୍ଷକ ଜୟ ରାମ ଲେଙ୍କା କହିଛନ୍ତି । ଯେଉଁ ଚାଷୀମାନେ ବିଲକୁ ଗାଡ଼ି ଧରି ଆଣିଲେ ଧାନ ବସ୍ତା ପ୍ରତି ଦୁଇ କେଜି ଅଧିକ ନେବା ସହ ଚାଷୀମାନେ ଏଫ.କି.ୟୁ. ଧାନ ନେଵାର ଆବଶ୍ୟକ ବୋଲି କହିଛନ୍ତି ଯୋଗାଣ ନିରରୀକ୍ଷକ ଜୟ ରାମ ଲେଙ୍କା । ପ୍ରକୃତରେ ଚାଷୀମାନଙ୍କ ନିୟମ ଅଛି ଧାନ ବସ୍ତା ପ୍ରତି ୭୫ କେଜି ନେବାର । ଏହି କାର୍ଯ୍ୟକ୍ରମରେ ଏସ.ଆର.ସି.ଏସ. ଜୀବନ ବନ୍ଧୁ ପଟ୍ଟନାୟକ, ଏ.ସି.ଏସ.ଓ. ପିତାମ୍ବର ସେଠୀ ସମ୍ପାଦକ କେ.ହୃଷିକେଶ ରେଡ୍ଡୀ, ଚାଷୀ ଲକ୍ଷ୍ମଣ ପରିଡା ପ୍ରମୁଖ ଯୋଗଦେଇ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା