

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମ ଦିବସ । ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ଏକ ସପ୍ତାହ ବ୍ୟାପି ‘ସେବା ସପ୍ତାହ’ ରୂପେ ପାଳନ କରାଯାଉଥିବା ବେଳେ ଆଜି ତାଙ୍କ ଜନ୍ମ ଦିନ ଅବସରରେ ଗଞ୍ଜାମ ଜିଲ୍ଲା ବିଜେପି ତରଫରୁ ବ୍ରହ୍ମପୁର ସିଟି ହସ୍ପିଟାଲ ଠାରେ ‘ସ୍ୱଚ୍ଛ ଭାରତ’ କାର୍ଯ୍ୟକ୍ରମ ସହ ‘ଫଳ ବଣ୍ଟନ’ କରାଯାଇଥିଲା । ଜିଲ୍ଲା ସଭାପତି କାହ୍ନ ଚରଣ ପତି, ରାଜ୍ୟ ସମ୍ପାଦକ ବିଭୁତି ଭୂଷଣ ଜେନାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସକାଳ ୯ଟାରୁ ସିଟି ହସ୍ପିଟାଲ ପ୍ରାଙ୍ଗଣରେ ଏକତ୍ରିତ ହୋଇ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ହସ୍ପିଟାଲର ପ୍ରତ୍ୟେକ ୱାର୍ଡର ରାସ୍ତାକୁ ସଫେଇ କରାଯାଇଥିଲା । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ପରିବେଶକୁ ସ୍ୱଚ୍ଛତା ରଖିବା ସହ ଥରେ ମାତ୍ର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ପଦାର୍ଥର ବ୍ୟବହାର ବର୍ଜନ କରି ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । ଏହାପରେ ବିଭିନ୍ନ ୱାର୍ଡରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯିବା ସହ ବିଭିନ୍ନ ୱାର୍ଡରେ ଥିବା ରୋଗୀମାନଙ୍କର ସୁବିଧା ଅସୁବିଧା ଜିଲ୍ଲା ସଭାପତି ପଚାରି ବୁଝିଥିଲେ । ଏହାପରେ ସିଟି ହସ୍ପିଟାଲର କାର୍ଯ୍ୟରତ କର୍ମଚାରୀମାନଙ୍କୁ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଦଳ ପକ୍ଷରୁ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସେବା ସପ୍ତାହ କାର୍ଯ୍ୟକ୍ରମର ରାଜ୍ୟ ସହସଂଯୋଜକ ମହେଶ ମହାନ୍ତିଙ୍କ ସମେତ ପ୍ରଶାନ୍ତ କର, ରାଜେଶ ସାହୁ, ଗୋପୀନାଥ ପଣ୍ଡା, ରବୀନ୍ଦ୍ର ସାହୁ, ପ୍ରବୀର ପାତ୍ର, ସୁନୀଲ କୁମାର ସାହୁ, ପ୍ରଭାତ ଷଡ଼ଙ୍ଗୀ, ଶରତ ସାହୁ, ଅମୁଲ୍ୟ ଚୌଧୁରୀ, ସୁବାସିନୀ ପଟ୍ଟନାୟକ, ନମିତା ପଣ୍ଡା, ଅଞ୍ଜଳି ମହାପାତ୍ର, ମଦନ ମୋହନ ପାତ୍ର, ସିଦ୍ଧାନ୍ତ ଗଙ୍ଗଦେବ, ବନଜା ପଣ୍ଡା, ମହନ୍ତ ଚିନ୍ମୟାନନ୍ଦ, ପ୍ରଦୀପ ଶତପଥୀ, ଡି.କରୁଣାକର, ପ୍ରଦୀପ ମିଶ୍ର, ଏସ.ରାଣୀ, କୁଞ୍ଜ ପଣ୍ଡା, ପ୍ରଫୁଲ୍ଲ ପାଣିଗ୍ରାହୀ, ଶିବ ଅଧିକାରୀ, ଏସ.ଶ୍ରୀନିବାସ ରାଓ, ଶିବ ପ୍ରସାଦ ପାତ୍ର, ରଜତ ପଣ୍ଡିତ, ମଧୁସୂଦନ ସାହୁ, ତ୍ରିନାଥ ମହାପାତ୍ର, ସନ୍ତୋଷ ପାଣିଗ୍ରାହୀ, ଶିଶିର ଦାସ, ସୁନୀଲ ପାତ୍ର, ବିଜୟ ପଣ୍ଡା, ନିରଞ୍ଜନ ପାଣିଗ୍ରାହୀ, ଭଗବାନ ସାହୁ, ରାମ ପ୍ରଧାନ, ଭାବଗ୍ରାହୀ ପାଳ, ଅନିଲ କୁମାର, ସୁମନ ଶତପଥୀ, ସୂର୍ଯ୍ୟ ନାହାକ, ରିଙ୍କୁ ସାମଲ, ପ୍ରଦୀପ ସାହୁ, ସୁଜାତା ବିଷୋୟୀ, ସୁଶୀଳା ମଲ୍ଲିକ, ନିବେଦିତା ପାଢ଼ୀ, କୁନି ଦାସ, ବିଜୟ ଭାସ୍କର ବାଙ୍ଗାରୀ, ଗୌରୀ ମହାନ୍ତି, ବିନାୟକ ରଥ, ମନୋଜ ପଟ୍ଟନାୟକ, ବାଳକୃଷ୍ଣ ସାମନ୍ତରା, ରବି ସାବତ, ନିଲଂଚଳ ପଣ୍ଡା, ରାମନାଥ ଗନ୍ତାୟତ, ଅନନ୍ତ ମହାନ୍ତି, ଇ.ପ୍ରସାଦ ରାଓ, ଶେଷଜରି, ଗଙ୍ଗାଧର ଶତପଥୀ, ଡି.ମୋହନ ରାଓ, ପ୍ରଣୟ ମହାପାତ୍ର, କେ.ଶ୍ରୀନିବାସ ସୁବୁଦ୍ଧି, ଶିବ ଶଙ୍କର ମହାରଣା ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ବୋଲି ବିଜେପିର ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




