

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ନୃତ୍ୟମ୍ କଳା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ କ୍ରିଷ୍ଣା ଡ଼ିକେ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇ ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶା ପାଇଁ ସେ ଅନେକ ଗୌରବ ଆଣିଛନ୍ତି । ପୂର୍ବରୁ ହିଞ୍ଜିଳିକାଟୁରେ ନିର୍ମିତ ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ଅନନ୍ୟା ଯାହାକି ସ୍ୱଚ୍ଛ ଭାରତ ଉପରେ ଆଧାରିତ ତୁନିଶିଆ ଫିବସ୍ ଫେଷ୍ଟିଭାଲରେ ଜୁରି ମାନଙ୍କୁ ପ୍ରଭାବିତ କରିପାରିଛି । ଏହି ଚଳଚ୍ଚିତ୍ରରେ ମଧୁସୂଦନ ମିଶ୍ର ଏବଂ ସୋନମ୍ ସାହୁ ଅଭିନୟ କରୁଥିବା ବେଳେ କ୍ରିଷ୍ଣା ଡ଼ିକେ ଏହାର ନିର୍ଦ୍ଦେଶକ ଭାର ସମ୍ଭାଳିଛନ୍ତି । ଗଞ୍ଜାମ ଜିଲ୍ଲାର କ୍ରିଷ୍ଣା ଡିକେ ପ୍ରଥମ ବ୍ୟକ୍ତି ଯିଏକି ତୁନିଶିଆ (ନର୍ଥ ଆଫ୍ରିକା) ଫିଲ୍ମ ଫେଷ୍ଟିଭାଲରେ ଯୋଗୋଦେବାକୁ ଯାଉଛନ୍ତି । ଓଡ଼ିଶା ପକ୍ଷରୁ ଚଳଚିତ୍ର ନିର୍ଦ୍ଧେଶକ ଭାବରେ କ୍ରିଷ୍ଣା ଡିକେ ପ୍ରଥମେ ଯାତ୍ରା କରୁଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି I ଓଡ଼ିଶା ପାଇଁ ଭାରତ ପାଇଁ ଗର୍ବ ଆଣିଥିବା କ୍ରିଷ୍ଣା ଡିକେଙ୍କ ପାଖରେ ସମ୍ବଳ ଅଳ୍ପ ଥିବାରୁ ରାଜ୍ୟସରକାରଙ୍କ ପକ୍ଷରୁ ସହାୟତା ପରେ ଉପଯୁକ୍ତ ସ୍ଥାନରେ ପହଞ୍ଚିପାରିବେ ବୋଲି ଜଣାଇଛନ୍ତି I ହିଞ୍ଜିଳିକାଟୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସେ ଏହାକୁ ଗୁରୁତ୍ୱ ଦେବେ ବୋଲି ସେ ଆଶା ରଖିଛନ୍ତି I
ରିପୋର୍ଟ : ଅମୃତ ନନ୍ଦ


