ନଵୀନ ଗ୍ୟାରେଣ୍ଟି ଉପରେ ପାଲଟପୁର ପଞ୍ଚାୟତ ବାସୀଙ୍କର ଭରଷା ରହିଛି – ପ୍ରମିଳା ମଲ୍ଲିକ

ଦଶରଥପୁର(ସମୃଦ୍ଧଓଡିଶା) ନିର୍ବାଚନ ଯେତେ ପାଖେଇ ଆସୁଛି ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ମରାଥାନ ପ୍ରଚାର କରୁଛନ୍ତି ନିଜ ନିର୍ବାଚନ ମଣ୍ଡଳୀରେ ।ନିଜ ପ୍ରତିଦ୍ଵନ୍ଦିଙ୍କୁ ବହୁ ପଛରେ ପକାଇ ନିଜ କର୍ମୀ ସମର୍ଥକ ମାନଙ୍କୁ ସାଥିରେ ନେଇ ଗାଁ ଗାଁ ରେ ଭୋଟ ଭିକ୍ଷା କରୁଛନ୍ତି। ରାଜ୍ୟ ସରକାରଙ୍କ ସଫଳତା କାର୍ଯ୍ୟକ୍ରମ ଗୁଡିକ ଲୋକଙ୍କୁ ବୁଝାଇ ଭୋଟ ପାଇଁ ନିବେଦନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଦଶରଥପୁର ବ୍ଲକସ୍ତ ପାଲଟପୁର ପଞ୍ଚାୟତରେ ଆଜି ନିର୍ବାଚନୀ ସଭା କରିଛନ୍ତି ପ୍ରମିଳା ମଲ୍ଲିକ। ଏକ ଖୋଲା ଜିପରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ମଟରସାଇକେଲ ଶୋଭାଯାତ୍ରାରେ ୩୦୦ ରୁ ଉର୍ଦ୍ଧ କର୍ମୀଙ୍କ ଗହଣରେ ପ୍ରଚାର କାର୍ଯ୍ୟକ୍ରମ କରିଥିଲେ। ପ୍ରତେକ ଗାଁ ଗାଁ ରେ ମହିଳା ମାନେ ବହୁ ସଂଖ୍ୟାରେ ଯୋଗଦେଇ ପୁଷ୍ପ ଗୁଚ୍ଛ, ହୁଳହୁଳି ଦେଇ ସ୍ୱାଗତ କରିଥିଲେ। ଷଷ୍ଠ ଥର ବିଧାୟିକା ହେବା ପାଇଁ ନିର୍ବାଚନ ଲଢ଼ୁଥିବା ବିଜୟ ଧାରା ବଜାୟ ରହିବା ସହ ୬ଷ୍ଠ ଥର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କୁ ଗୋଟିଏ ଶଙ୍ଖ ଚି଼ହ୍ନରେ ଓ ଲୋକସଭା ପାଇଁ ଶର୍ମିଷ୍ଠା ସେଠିଙ୍କୁ ଆଉ ଗୋଟେ ଶଙ୍ଖ ଚି଼ହ୍ନ ଦୁଇଟି ଶଙ୍ଖରେ ଭୋଟ ଦେବା ପାଇଁ ପ୍ରମିଳା ମଲ୍ଲିକ ଅନୁରୋଧ କରିଥିଲେ | ନିର୍ବାଚନ ଆସିଲେ ବିରୋଧୀ ଭୋଟ ପାଇଁ ଆସନ୍ତି ତା ପରେ ଲୋକଙ୍କ କଥା ଭୁଲିଯାନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ଯୋର ଧରିଥିଲା ବେଳେ ବିଜେପି, କଂଗ୍ରେସର ୨୦ ରୁ ଉର୍ଦ୍ଧ କର୍ମୀ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ନିତି ଆଦର୍ଶ ଓ ପ୍ରମିଳା ମଲ୍ଲିକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ପ୍ରମିଳା ମଲ୍ଲିକଙ୍କ ଉପସ୍ଥିତରେ ବିଜେଡିରେ ସାମିଲ ହୋଇଥିଲେ । ବେଶ ଉତ୍ସାହିତ ଅଛନ୍ତି ନିଜର କର୍ମୀମାନେ।ନିଜ ପ୍ରିୟ ନେତ୍ରୀଙ୍କୁ ପାଲଟପୁର ପଞ୍ଚାୟତ ଅନୁନ୍ୟ ୫୦୦ ଭୋଟ ଲିଡ଼ ଦେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସମିତି ସଭ୍ୟ ଧୀରେନ୍ଦ୍ର ମଲ୍ଲିକ । ପାଲଟପୁର ପଞ୍ଚାୟତର ପର୍ଯ୍ୟବେକ୍ଷକ ଭାଗିରଥି ସାହୁ , ପ୍ରାକ୍ତନ ସରପଞ୍ଚ ଝୁନାରାଣୀ ରାୟ ଯୁବନେତା ରାକେଶ କୁମାର ଜେନା , ଯୁବ ବିଜେଡି ସଭାପତି ରାଜେଶ ବିଶ୍ୱାଳ, ବରିଷ୍ଠ ନେତା ପାଗଳା କର, ଉମେଶ ଦାସ, ଯୁବ ନେତା ଅବିନାଶ ମଲ୍ଲିକ, ଛାତ୍ର ବିଜେଡି ସଭାପତି ସତ୍ୟଜିତ ତ୍ରିପାଠୀ, ନିର ମଲ୍ଲିକ, କୈଳାସ ମଲ୍ଲିକ, ପ୍ରତାପ ସାହୁ, ହୃଦାନନ୍ଦ ଜେନା, ସୁଶାନ୍ତ ମଲ୍ଲିକ, ନଗେନ୍ଦ୍ର ଦାଶ, ଗୋବିନ୍ଦ ସାହୁ, ବଳଭଦ୍ର ସାହୁ, ଓମ ପ୍ରକାଶ ଶତପଥି, ଗଗନ ଦଳେଇ, କମଳ ଲୋଚନ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଆଜିର ନିର୍ବାଚନୀ ପ୍ରଚାର ଓ ବାଇକ ରାଲି ଅନୁଷ୍ଠିତ ହୋଇଥିଲା |

ରିପୋର୍ଟ : ରଜତ ମହାପାତ୍ର