ନାଉଳି ଗାଁରେ ଶିଶୁ ଦିବସ ଉପଲକ୍ଷେ ‘ତଳେ ବସିବାକୁ ନା’ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ …

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲାରେ ‘ମୋ ସ୍କୁଲ’ କାଜ୍ୟକ୍ରମରେ ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଶିଶୁ ଦିବସ ଅବସରରେ ‘ତଳେ ବସିବାକୁ ନା’ କାର୍ଯ୍ୟକ୍ରମ ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡୀ ଓ ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ସଚ୍ଚିଦାନନ୍ଦ ନାୟକ ଅଂଶ ଗ୍ରହଣ କରିଥିଲେ । ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ପିଲାମାନଙ୍କ ସହିତ କିଛି ସମୟ ବେଞ୍ଚରେ ବସି ସେ ବିଭିନ୍ନ ଦିଗ ଉପରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ । ବିଦ୍ୟାଳୟ ନିମନ୍ତେ ପଞ୍ଚାୟତ ତରଫରୁ ଛାତ୍ରଛାତ୍ରୀଙ୍କୁ ବସିବା ପାଇଁ ଟେବୁଲ ଓ ବେଞ୍ଚ ଏବଂ ବିଶୁଦ୍ଧ ପାନୀୟଜଳ ପାଇଁ ଆକ୍ବଗାର୍ଡ଼ ଵ୍ୟଵସ୍ଥା କରିଥିଲେ । ସେହିପରି ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପାଇଁ ବିଧାୟକ ହାତପାଣ୍ଠିରୁ ୧ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ସରପଞ୍ଚ ଏମ ନାରସୁମୁଲୁ ରେଡ୍ଡୀ ଅଦ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଏସ କିଶୋର ଚନ୍ଦ୍ର ରେଡ୍ଡୀ, ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, ଏବିଇଓ ନୃସିଂହ ଚରଣ ମିଶ୍ର ଓ ସୀତାରାମ ପାତ୍ର, ପ୍ରଧାନଶିକ୍ଷକ ଜିତେନ୍ଦ୍ର ନାଥ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଶଶାଙ୍କ ଶେଖର ପାଢ଼ୀ ଓ ପ୍ରଫୁଲ୍ଲ କୁମାର ବେହେରାଙ୍କ ସମେତ ଗ୍ରାମ୍ୟ କମିଟି, ବିଦ୍ୟାଳୟ କମିଟି ଏବଂ ପୁରାତନ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ସେହିଭଳି ଛତ୍ରପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଏକ୍ସବୋର୍ଡ ବିଦ୍ୟାଳୟରେ ‘ତଳେ ବସିବାକୁ ନା’ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ପିଲାମାନଙ୍କ ସେ ବେଞ୍ଚରେ ବସି ଭାବବିନିମୟ କରିବା ସହ ମିଷ୍ଟାନ ବଣ୍ଟନ କରିଥିଲେ । ଏକ୍ସିସ ବ୍ୟାଙ୍କ ପକ୍ଷରୁ ଟେବୁଲ ଓ ବେଞ୍ଚର ବ୍ୟବସ୍ଥା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ତଥା ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଦେବବ୍ରତ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ଡ଼. ସନାତନ ପଣ୍ଡା, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ସର୍ବଶିକ୍ଷା ଅଭିଯାନ ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡା, ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ତପନ କୁମାର ସାହୁ, ସିଆରସିସି ରୀତା ରଥ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବି. ସନ୍ତୁ ପ୍ରିୟା, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା, ଶିକ୍ଷୟତ୍ରୀ ଜୟନ୍ତୀ କୁମାରୀ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା