

ରାୟଗଡା(ସମୃଦ୍ଧ ଓଡିଶା)ପଡୋଶୀ ଆନ୍ଧ୍ରର କତାବାଲସରୁ ୧୧ଜଣ ଯୁବକ ମଙ୍ଗଳବାର ରାୟଗଡା ବୁଲିବାକୁ ଆସିଥିଲେ । ମା’ ମଝିଘରିଆଣୀଙ୍କ ଦର୍ଶନ କରିବା ପରେ ଝୁଲା ବ୍ରିଜ ତଳେ ପ୍ରଭାବିତ ହେଉଥିବା ନାଗାବଳୀ ନଦୀକୁ ଫଟୋ ଉଠେଇବାକୁ ଯାଇଥିଲେ । ଏହି ସମୟରେ ପାଦ ଖସିଯିବାରୁ ନଦୀରେ ଭାସିଯାଇ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣଙ୍କ ନାମ ଟି.ଗଙ୍ଗାରାଜୁ(୩୫) ବୋଲି ଜଣାପଡିଛି । ତାଙ୍କ ସାଥିମାନେ ତାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ପରେ ସେମାନେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ରାୟଗଡା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଟି. ଗଙ୍ଗାରାଜୁଙ୍କୁ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଟି.ଗଙ୍ଗାରାଜୁଙ୍କ ମୃତଦେହକୁ ଅଗ୍ନିଶମ କର୍ମଚାରୀମାନେ ନଦୀରୁ ଉଦ୍ଧାର କରିଥିଲେ। ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।
ରିପୋର୍ଟ:ତୁଷାର ରଞ୍ଜନ ସାହୁ

