ଜଳେଶ୍ୱର (ସମୃଦ୍ଧ ଓଡିଶା) କଳାକାର ନିଜ କଳା ପ୍ରଦର୍ଶନ କରି ଅନ୍ୟର ମନମୁଗ୍ଧ କରୁଥିବା ବେଳେ ବହୁ କଳାକାର ଭୋକ ଉପାସରେ ନିଜ ପରିବାର ସହିତ ଦିନ ବିତାଇଥାନ୍ତି । କଳା କାର ଦିନେ ତାର ପାର୍ଥବ ଶରୀର ଛାଡି ଚାଲିଯାଏ ହେଲେ ରହିଯାଏ ତାର ଅତୀତ ସ୍ମୃତି । ତେଣୁ ସେ ଅମର ବୋଲି ଜଳେଶ୍ୱର ବ୍ଲକ ସୀମାନ୍ତ ନଛିମପୁର ପଂଚାୟତ ଅଧିନସ୍ଥ ନଛିମପୁର ଗ୍ରାମରେ ନାଟ୍ୟକାର ଭଗବାନ ଚନ୍ଦ୍ର ଗିରି ଙ୍କ ୭ମ ଶ୍ରାଦ୍ଧବାର୍ଷିକ ଉତ୍ସବରେ ବକ୍ତମାନେ ମତବ୍ୟକ୍ତ କରିଛନ୍ତି । କବି କାର୍ତ୍ତିକ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ସାହିତ୍ୟିକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ କଳାକାର ଅମର ଓ ଅଜେୟ ବୋଲି ମତବ୍ୟକ୍ତ କରିଥିଲେ । ଜିଲା ରକ୍ତଦାତା ସଭାପତି କମଳ ଚକ୍ରବର୍ତ୍ତୀ, ଡ. ଅଜିତ୍ ମହାନ୍ତି, କବି ବସନ୍ତ ଦାସ, ଶରତ ପରିଡା, ସରପଂଚ ଦୀପାଳି ଜେନା, ଚିତ୍ତରଂଜନ ପରିଡା, ସୁଦାମ ଚରଣ ପାତ୍ର, ଜିତାଂଶରୁ ନନ୍ଦୀ, ତ୍ରିଲୋଚନ ଦାସ ଅଧିକାରୀ , ସୁବଲ ଚରଣ ପାତ୍ର, ଅନନ୍ତ ଗିରି, କାର୍ତ୍ତିକ ଚରଣ ଗିରି ପ୍ରମୁଖ ଅଭିଭାଷଣ ଦେଇ ସେ ଜଣେ କଳାକାର, କବି, ନାଟ୍ୟକାର, ନାଟ୍ୟନିର୍ଦ୍ଦେଶକ ଭାବେ ପରିଚିତ ବୋଲି ଅଭିହିତ କରିଥିଲେ । କବି ନରୋତ୍ତମ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଗିରିପରିବାର ସହିତ ବହୁ ଗ୍ରାମବାସୀ ସହଯୋଗ କରିଥିଲେ ।