
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଭଗବାନ ଚନ୍ଦ୍ର ସ୍ମୃତି କମିଟି ପକ୍ଷରୁ ନିଜ ବାସଗୃହ ନଛିମପୁର ଠାରେ ସ୍ୱର୍ଗତ ଭଗବାନ ଚନ୍ଦ୍ର ଗିରିଙ୍କ ୬ଷ୍ଠ ଶ୍ରାଦ୍ଧାବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାର୍ତ୍ତକ ଚନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ସମ୍ମାନୀତ ଅତିଥିଭାବେ ଅରୁଣ କୁମାର ଦାସ, ନରୋତ୍ତମ ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ଗିରି, ଜଳଧର ଭଂଜ, ଅନାଦି ଚରଣ ଗିରି, ନନୀ ଗୋପାଳ ପାତ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଗିରିଙ୍କ ସ୍ମୃତି ଚାରଣ କରିଥିବା ବେଳେ ଦୁର୍ଗାଶଂକର ଗିରି, ନିରଂଜନ ଦାସ ଓ ଗୌରିଶଙ୍କର ଗିରି ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା