
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାୟାଁରାମଚନ୍ଦ୍ରପୁର ପଂଚାୟତର ଏକତାଳି ଗାଁରେ ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ବ୍ୟାଙ୍କ ଜଳେଶ୍ୱର ଶାଖା ଓ ରାୟାଁରାମଚନ୍ଦ୍ରପୁର ସେବା ସମବାୟ ସମିତି ଆନକୂଲ୍ୟରେ ତଥା ନାବାର୍ଡ ସହାୟତାରେ ଆଜି ସ୍ଥାନୀୟ ସ୍ୱୟଂ ସହାୟିକ ଗୋଷ୍ଠୀ ଗୁଡିକ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜଳେଶ୍ୱର ଶାଖା ବ୍ୟାଙ୍କର ମ୍ୟାନେଜର ମୁୃତ୍ୟୁଞ୍ଜ ପ୍ରଧାନ ଯୋଗ ଦେଇ ମହିଳା ସ୍ୱୟଂସୟାୟକ ଗୋଷ୍ଠିକୁ ଓଡିଶା ସରକାର ସ୍ୱାବଲମ୍ବୀ କରିବାପାଇଁ ବିନା ସୁଧରେ ସମବାୟ ଦ୍ୱାରା ଋଣ ଯୋଗାଇ କୁକୁଡା. ଛେଳି, ମହୁ, ମାଛ, ଛକୁ, ଗାଈ ଚାଷ ଇତ୍ୟାଦ କରି ନିଜର ଆର୍ଥୀକ ମାନଦଣ୍ଡ ବଢାଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ପରିଦର୍ଶକ ନିରଞ୍ଜନ ଦାସ, ସେବା ସମବାୟ ସମିତିର ସଂପାଦକ ନାରାୟଣ ଚନ୍ଦ୍ର ଦାସ, ସହ ସଂପାଦକ ଶୁଭାଶିଷ ପାଳ, ବିସିକେଶନ ନାଥ, ଗୋପାଳ ଚନ୍ଦ୍ର ରାଉତ, କୃଷି ମିତ୍ର ଉମେଶ ଚନ୍ଦ୍ର ପାଳ, ନନ୍ଦ କିଶୋର ଧଳ ପ୍ରମୁଖ ରହି ଆଲୋଚନାରେ ଭାଗ ନେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା