
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସକାଳେ ଜନୈକା ୧୩ବର୍ଷର ନାବାଳିକା ଟ୍ୟୁସନ ପାଇଁ ଯାଇଥିବା ବେଳେ ଅପହରଣ ହୋଇଥିବା ନାବାଳିକାର ବାପା ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡପିମ୍ପଳ ଗାଁର ନାବାଳିକାଟି ନିକଟସ୍ଥ ସ୍କୁଲରେ ୮ମ ଶ୍ରେଣୀରେ ପଢୁଥିବା ବେଳେ ଆଜି ଟ୍ୟୁସନ ଯାଇଥିଲା । କିନ୍ତୁ ଦ୍ୱିପ୍ରହରଯାଏ ନ ଫେରିବାରୁ ପରିବାର ବର୍ଗ ଖୋଜାଖୋଜି କରିଥିଲେ । ପରେ ତାକୁ ଘଣ୍ଟିଆଡି ଗାଁର ସିପୁ ଦଳେଇର ପୁଅ ଅଜୟ ଦଳେଇ(୨୦) ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଏଥିନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବାର ନାମ୍ପୋଫାଣ୍ଡି ଅଧିକାରୀ ଭଗବାନ ଦାସ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା