


ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଆଜି ସନ୍ଧ୍ୟାରେ ଭାରତୀୟ ଜନତା ମହିଳା ମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଗଞ୍ଜାମ ଜିଲ୍ଲାର ପୋଲସରା ନାବାଳିକା ପୀଡ଼ିତାକୁ ନ୍ୟାୟ ଦେବା ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସର ବିଫଳତା ଯୋଗୁଁ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ଆହ୍ଵାନରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ରାଜ୍ୟ ମମ ସାଧାରଣ ସମ୍ପାଦିକା ବବିତା ପାତ୍ରଙ୍କ ସମେତ ଜିଲ୍ଲା ସଭାନେତ୍ରୀ ବନଜ। ପଣ୍ଡା, ସବିତା ନାୟକ, ମିନାକ୍ଷୀ ପାଣିଗ୍ରାହୀ, ନମିତା ପଣ୍ଡା, ଇନ୍ଦିରା ପଶୁପାଳକ, ଅନୁରାଧା ସାହୁ, ସୁଶୀଲ ମଲ୍ଲିକ, ଏସ. ରାଣୀ, ଏସ. ପଦ୍ମା, ପ୍ରଭାତୀ ପାଣିଗ୍ରାହୀ, ଭାଗ୍ୟ ପ୍ରଭା ପଟ୍ଟନାୟକ, ନିବେଦିତା ପାଢ଼ୀ, ପ୍ରଜ୍ଞା ପାରମିତା ପାଢ଼ୀ, ସସ୍ମିତା ଭେଙ୍କା ସମେତ ବହୁ ସଂଖ୍ୟାରେ ମହିଳା ନେତ୍ରୀ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ସହ ମଧୁସୂଦନ ସାହୁ, ମୁନା ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

