

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ନାମାଙ୍କନ ପତ୍ର ଦାଖଲର ଆଜି ଚତୁର୍ଥ ଦିବସ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ତୃତୀୟ ଦିବସ ଥିଲା । ଆଜି ଆସ୍କା ଲୋକସଭା ଆସନ ପାଇଁ ଚକ୍ରଧର ସାହୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଲୋକସଭା ଆସନ ପାଇଁ ଚନ୍ଦ୍ର ଶେଖର ସାହୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସୋମନାଥ ବେହେରା ସୋସିଆଲିଷ୍ଟ ୟୂନିଟି ସେଣ୍ଟର ଅଫ ଇଣ୍ଡିଆ(କମ୍ୟୁନିଷ୍ଟ)ର ପ୍ରାର୍ଥୀ ଓ ଚକ୍ରଧର ସାହୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହିଞ୍ଜିଳି ବିଧାନସଭା ଆସନ ପାଇଁ ଡି. ତ୍ରିପତି ଦୋରା ସୋସିଆଲିଷ୍ଟ ୟୂନିଟି ସେଣ୍ଟର ଅଫ ଇଣ୍ଡିଆ(କମ୍ୟୁନିଷ୍ଟ)ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗୋପାଳପୁର ବିଧାନସଭା ଆସନ ପାଇଁ ବିଶ୍ୱ ବିହାରୀ ବିଷୋୟୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ବିଧାନସଭା ଆସନ ପାଇଁ ଜୀବନ ପାତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ଅନ୍ୟ ସମସ୍ତ ଆସନ ଗୁଡିକରେ କୌଣସି ନାମାଙ୍କନ ପତ୍ର ଦାଖଲ ହୋଇନାହିଁ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
