ଜଳେଶ୍ୱର (ସମୃଦ୍ଧ ଓଡିଶା) ଯେଉଁ ରାଷ୍ଟ୍ର ଶିକ୍ଷାରେ ଯେତିକି ଉନ୍ନତ, ସେ ବିଶ୍ୱରେ ସେତେ ବିକଶିତ । କୌଣସି ରାଷ୍ଟ୍ରକୁ ଧ୍ୱଂସ କରିକାବୁ ହେଲେ ମାରଣାସ୍ତ୍ରର ଆବଶ୍ୟକତା ନାହିଁ, ଶିକ୍ଷାପଦ୍ଧିତି ଭୁଷୁଡିଲେ, ସେ ରାଷ୍ଟ୍ର ଧ୍ୱଂସ ଅବସମ୍ଭାବି ବୋଲି ନାମ୍ପୋ-ଆମ୍ବ-ପୁଞ୍ଜା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷକ ଉତ୍ସବରେ ମତପ୍ରକାଶ ପାଇଛି । ଆୟୋଜିତ ବାର୍ଷିକ ଉତ୍ସବରେ ପରିଚାଳନା କମିଟିର ସଭାପତି ଗୟାରାମ ଦେ ପୌରହିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଭାରତୀୟ ଶିକ୍ଷାବିକାଶ ସଂସ୍ଥାନର ରାଜ୍ୟ ସଂଯୋଜକ ଗୌରାଙ୍ଗ ବିଶ୍ୱାଳ ଯୋଗ ଦେଇ ସାମ୍ପ୍ରତିକ ଶିକ୍ଷା ଅର୍ଥସର୍ବଶ୍ୱ ହେଉଥିବା ବେଳେ ଶିଶୁ ଠାରେ ଥିବା ଅନନ୍ତ ସମ୍ଭାବନା ଓ ସୃଜନଶୀଳତା ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ । କିନ୍ତୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷା ଶିକ୍ଷାର ପରିବେଶ ଓ ମାର୍ଗଦର୍ଶନ କରାଉଥିବାରୁ ସେପରି ଅନୁଷ୍ଠାନର ଗୁରୁତ୍ୱ ବୃଦ୍ଧିା ପାଉଛି ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ସି.ଆର୍ସିସି ସୁନିଲ କୁମାର ଦାସ, ସମ୍ମାନୀତ ଅତିଥି ସୀତାରାମ ଜେନା, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରସେଖର ଚନ୍ଦ, ରବିନାରାୟଣ ପାତ୍ର ଯୋଗ ଦେଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପଦ୍ଧତି ଏକ ଗଠନ ମୂଳକ ଚିନ୍ତା ଚେତନା ମଧ୍ୟରେ ଗତି କରୁଥିବାରୁ ଏହାର ଆଦର ଦିନକୁ ଦିନ ବଢୁଥିବାର କହିଥିଲେ । ପ୍ରଧାନ ଆଚାର୍ଯ୍ୟା ଜ୍ୟେସ୍ନାରାଣୀ ସାହୁ ବିବରଣୀ ପାଠ କରିଥିବା ବେଳେ ଆଚାର୍ଯ୍ୟା ମାଧୁରୀ ମିଶ୍ର ମଂଚ ଆହ୍ୱାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂପାଦକ ପ୍ରଫୁଲ୍ଲ ଗିରି ସଂଚାଳନ କରିଥିବା ବେଳେ ଦେବବ୍ରତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟା ତୁଳସୀ ଦାସ, ପ୍ରତିଭା ସେନାପିତି, କବିତା ସେନାପତି, ଦେବସ୍ମିତା ଶତପଥି, ଗୀତାଞ୍ଜଳି ପାଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା