ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ବ୍ଲକର ନାରାୟଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ, ତଳେ ବସିବାକୁ ନାଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ ଯୋଗ ଦେଇ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ନୃସିଂହ ମିଶ୍ର ଓ ସୀତାରାମ ପାତ୍ର, ସିଆରସିସି ଗୌରୀ ଶଙ୍କର ଶତପଥି, ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ମିଶ୍ର, ସହକାରୀ ଶିକ୍ଷୟିତ୍ରୀ କୁମାରୀମମତା ପ୍ରଧାନ, ଛତ୍ରପୁର ବ୍ୟାଙ୍କ କଲୋନୀ ବାସିନ୍ଦା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ପୁରାତନ ଛାତ୍ର ଅନନ୍ତରାମ ପ୍ରଧାନ ବିଦ୍ୟାଳୟକୁ ୧୮ଟି ସେଟ୍ ବେଂଚ୍ ଓ ଟେବୁଲ ନାରାୟଣପୁର ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତଳେ ବସିବାକୁ ନାଁ କାର୍ଯ୍ୟକ୍ରମରେ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁଷମା ପ୍ରଧାନ, ଶ୍ରୀରାମପୁର ପଂଚାୟତର ଜିଆରଏସ୍ ମନୋଜ କୁମାର ଦାଶ, ବିଜୁ ଯୁବ ବାହିନୀର ସଭାପତି ଦେବରାଜ ପ୍ରଧାନ, ୱାର୍ଡ଼ମେମ୍ବର ଛବିତା ପ୍ରଧାନ, ଗ୍ରାମର ବରିଷ୍ଠ ବ୍ୟକ୍ତି ଦିଲ୍ଲିପ ଦାସ ଓ ଅନ୍ୟାନ୍ୟ ଅବିଭାବକ ମାନେ ଯୋଗ ଦେଇଥିଲେ । ନାରାୟଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଭାତୀ ମିଶ୍ର ଓ ସହକାରୀ ଶିକ୍ଷୟିତ୍ରୀ କୁମାର ମମତା ପ୍ରଧାନଙ୍କୁ ଛତ୍ରପୁର ବ୍ଲକ୍ ଶିକ୍ଷାଧିକାରୀ ଭୂୟଂସୀ ପ୍ରଶଂସା କରିଥିଲେ । ଜିରୋ ପରିୟଡ଼ କାର୍ଯ୍ୟକ୍ରମ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବ୍ଲକ୍ ଶିକ୍ଷାଧିକାରୀ ପରାମର୍ଶ ଦେଇଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା