

ଗୋପାଳପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଲକ ଅନର୍ଗତ ନାରାୟନପୁର ମା ସରସ୍ଵତୀ ଶିଶୁମନ୍ଦିରରେ ଆଜି ବହୁ ଧୁମଧାମରେ ଶିଶୁ ଦିବସ ଓ ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହୁରୁ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୋପାଳପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଏସ. ରାମାରାଓ ଯୋଗଦେଇ ତାଙ୍କ ଅବିଭାଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହୁରୁଙ୍କ ବିଷୟରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢିବା ସହ ଖେଳକୁଦ ଓ କଳାରେ ସାରା ଦେଶରେ କେମିତି ନା କରିବେ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟ କମିଟିର ସଭାପତି ତଥା ନାରାୟନପୁର ପଞ୍ଚାୟତର ସରପଞ୍ଚ ଆର. ହିମାଂଶୁ ପ୍ରସାଦ ରାଓ, ବିଦ୍ୟାଳୟର ପ୍ରତିଷ୍ଠାତା ବି ହରୀକୃଷ୍ଣ ରେଡ୍ଡୀ, ବି କେସବ ରେଡ୍ଡୀ, ସମିତି ସଭ୍ୟ ସର୍ବେଶ୍ୱର ରାଓ, ଆରସିସି ମୋନଜ ତ୍ରିପାଠୀ, ଗଣମାଧ୍ୟମ ପ୍ରତିନିଧି ରାଜୀବ ମିଶ୍ର, ବାବୁ ପଟ୍ଟନାୟକ, ଅନୀଲ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ଶେଷରେ ପୂର୍ବରୁ ହୋଇଥିବା କାର୍ଯ୍ୟକ୍ରମର ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସମସ୍ତ ମଞ୍ଚ ପରିଚାଳନ ଓ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ଦାସ ।
ରିପୋର୍ଟ : କୃଷ୍ଣ କୁମାର ବେହେରା





