

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ଖଇରଚଟା ଗ୍ରାମର ୪ଜଣ ନାବାଳକ ନାବାଳିକାର ନିଆଁ ଲାଗି ୮୦ ଭାଗ ଶରୀର ନଷ୍ଟ ହୋଇଯାଇଥିବା ଖବର ମିଳିଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏହି ଖବର ପାଇବା ପରେ ମେଡିକାଲରେ ପହଁଚି ଆଶୁ ଚିକିତ୍ସା କରାଇ ୨୦ହଜାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତୁରନ୍ତ ୧୦୮ଆମ୍ବୁଲାନ୍ସ ସାହାଯ୍ୟରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, କୁକୁର ପାଇଁ ଖାଦ୍ୟ ରାନ୍ଧୁ ଥିବାବେଳେ ସେହି ନିଆଁରୁ ନିଆଁ ବାହାରି ପାଳଗଦାରେ ପଡିଯାଇଥିଲା । ଫଳରେ ସେଠାରେ ଖେଳୁଥିବା ୪ ଜଣ ଶିଶୁ ସେହି ନିଆଁ ସ୍ପର୍ଶରେ ଚାଲିଯାଇ ଗୁରୁତର ଆହତ ହୋଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

