ନିଆଳୀରେ ପ୍ରଚାର କଲେ ଭି.କେ.ପାଣ୍ଡିଆନ: ଶଂଖ ଚିହ୍ନରେ ଭୋଟ ଦେବାକୁ କଲେ ଆହ୍ୱାନ

ନିଆଳୀ (ସମୃଦ୍ଧଓଡିଶା)ନିଆଳୀ ଏକ ଚର୍ଚ୍ଚିତ ନୀର୍ବାଚନ ମଣ୍ଡଳୀ, ବର୍ତମାନ ସମୟରେ ରାଜନୀତି ସରଗରମ ଥିଲାବେଳେ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ବିଜୁ ଜନତା ଦଳ ର ପ୍ରମୁଖ ନେତା ତଥା ମୋ ଓଡିଶା ନବୀନ ଓଡିଶା ର ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ଉଭୟ ବିଧାୟକ ପ୍ରାର୍ଥୀ ପ୍ରଫେସର ଡ଼ ପ୍ରମୋଦ ମଲ୍ଲିକ ଏବଂ ସାଂସଦ ପ୍ରାର୍ଥୀନୀ ଡ଼ ରାଜଶ୍ରୀ ମଲ୍ଲିକ ଙ୍କୁ ବିଫୁଳ ବ୍ୟବଧାନ ରେ ବିଜୟ କରାଇବା ପାଇଁ ତଥା ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଙ୍କୁ ଦେଖିବା ପାଇଁ ନିଆଳୀରେ ପହଞ୍ଚି ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ, ନିଆଳୀରେ ଏତେ ଜନସମାଗମ ହୋଇଥିଲେ ଯେ ତାହା ଗଣିବା ସମ୍ଭବ ହୋଇନଥିଲା.ଏଥିରେ ବରିଷ୍ଠ ବିଜେଡି ନେତା ତଥା ବ୍ଲକ ସଭାପତି ତ୍ରିଲୋଚନ ମହାନ୍ତି, ସ୍ୱାଧୀନତା ସଂଗ୍ରାମୀ କଣ୍ଡୁରୀ ଚରଣ ମଲ୍ଲିକ ଙ୍କ ପୁଅ କୃଷିବିତ୍ ପ୍ରମୋଦ କୁମାର ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୟବ୍ରତ ରାଉତ, ବ୍ଲକ ଯୁବ ସଭାପତି ବିଷ୍ଣୁ ସ୍ୱାଇଁ, ତ୍ରିନାଥ ମହାନ୍ତି , ଯୁବ ନେତା ସୁରେଶ ପଟ୍ଟନାୟକ, ପରୀକ୍ଷିତ ବାରିକ, ଅଶ୍ୱନୀ ମହାନ୍ତି, ଯୁବନେତା ରଞ୍ଜନ କୁମାର ଲେଙ୍କା, ବ୍ଲକ ଅଧ୍ୟକ୍ଷ ଉମେଶ ବେହେରା, ସରୋଜ ମହାନ୍ତି, ପ୍ରଭାତ ଭୂୟାଁ,ବିଜୟରାମ ପଣ୍ଡା, ବାରଙ୍ଗ ବ୍ଲକ ଯୁବ ଉପସଭାପତି ଶୋଭନ ମହାପାତ୍ର, କଣ୍ଟାପଡା ବ୍ଲକ ସଭାପତି ପିୟୁଷ ମିଶ୍ର, ବ୍ଲକ ଯୁବ ସଭାପତି ବିମାନ ବିହାରୀ ବେହେରା, ପ୍ରଶାନ୍ତ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଅନ୍ତଯ୍ୟାମୀ ବଡୁ,ସୌଦାମିନୀ ମହାପାତ୍ର, ପ୍ରଦୀପ୍ତ ନନ୍ଦ ଦିବ୍ୟ ସିଂହ ସେଠି, ଅଭିନାଶ ପ୍ରଧାନ,କ୍ରିଷ୍ଣାମୟୀ ବେହେରା, ପ୍ରମୁଖ ସହଯୋଗ କରିଥିବା ବେଳେ ଦଶ ହଜାର ରୁ ଉର୍ଦ୍ଧ ମହିଳା କର୍ମୀ ପୁରୁଷ କର୍ମୀ ଯୋଗ ଦେଇଥିଲେ.

ରିପୋର୍ଟ : ରଜତ ମହାପାତ୍ର