ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ବ୍ରହ୍ମପୁର(ସମୃଦ୍ଧଓଡିଶା)ମୁଖ୍ୟ ନିର୍ବାଚନ ଅଧିକାରୀ ଶିବ ନାହାକଙ୍କ ନେତୃତ୍ୱରେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ପ୍ରତେକ ପଲ୍ଲୀ ପରିଷଦ ଠାରୁ ଆରମ୍ଭ କରି ପ୍ରତେକ ମଣ୍ଡଳ ପରିଷଦର ନିର୍ବାଚନ କାର୍ଯ୍ୟକ୍ରମ ସରିଛି l ଜୁନ ୩୦ ତାରିଖରେ ନିର୍ବାଚନ ଅଧିକାରୀ, କେନ୍ଦ୍ରୀୟ ନିର୍ବାଚନ ନିମନ୍ତେ ତାରିଖ ସ୍ଥିର କରି ଵିଜ୍ଞାପନ କରିଥିଲେ କିନ୍ତୁ କିଛି ବିଶୃଙ୍ଖଳା ଦର୍ଶାଇ ସମାଜର ଶୃଙ୍ଖଳା ଫେରାଇବା ପାଇଁ କିଛି ବ୍ୟକ୍ତି ଓ କର୍ମକର୍ତ୍ତାଙ୍କ ଅନୁରୋଧ ରକ୍ଷା କରି ଉକ୍ତ ତାରିଖ ନିର୍ବାଚନକୁ ବାତିଲ କରିଥିଲେ ଓ ପରବର୍ତୀ ସମୟରେ ସମାଜର ନୂତନ ଓ ପୁରାତନ କର୍ମକର୍ତାଙ୍କୁ ନେଇ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ କରାଇ ବରଙ୍ଗା ମଣ୍ଡଳର ସମସ୍ତ ପଲ୍ଲୀ ପରିଷଦ ସଭାପତିଙ୍କୁ ନେଇ ବୈଠକ କରାଇ ରଞ୍ଜନ ସ୍ୱାଇଁଙ୍କୁ ମଣ୍ଡଳ ସଭାପତି ବରଙ୍ଗା ଓ ଅନ୍ୟ କର୍ମକର୍ତ୍ତା ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତରେ ଥିଲା ତାହା ଅପରିବର୍ତ୍ତିତ ରହିବା ପାଇଁ ନିଷ୍ପତି ନିଆଗଲା l ପରେ ଗତ ୨୮/୦୭/୨୦୨୪ ରେ କେନ୍ଦ୍ରୀୟ ନିର୍ବାଚନ ନିମନ୍ତେ ଵିଜ୍ଞାପନ କରାଗଲା କିନ୍ତୁ ପରାଜୟ ଭୟରେ କିଛି ବ୍ୟକ୍ତି ନିର୍ବାଚନକୁ ଆସିଲେ ନିହାତି କିନ୍ତୁ ଅନ୍ୟତ୍ର ବସି ବୈଠକ କରିଲେ l ଵିଜ୍ଞାପନ ଅନୁସାରେ ୨୮/୦୭/୨୦୨୪ ରେ ନିର୍ବାଚନ କରାଯାଇଥିଲା l ସେଠାରେ ସଭାପତି ଭାବେ ପ୍ରହଲ୍ଲାଦ ଲେଙ୍କା, ଉପସଭାପତି ରମେଶ ସାହାଣୀ, ସାଧାରଣ ସମ୍ପାଦକ ଭାବେ ରାଘବ ନାହାକ, କୋଷାଧକ୍ଷ ଭାବେ ମୁନା ବାରିକ, ସହ ସମ୍ପାଦକ ଭାବେ ମନୋଜ ଏବଂ ସଂଗଠନ ସମ୍ପାଦକ ଭାବେ ହରିବନ୍ଧୁ ଲେଙ୍କା ନିର୍ବାଚିତ ହୋଇଥିଲେ l ଏବଂ ଏହାକୁ ବିରୋଧ କରି କିଛି ବିଶୃଙ୍ଖଳିତ ବ୍ୟକ୍ତି ଅସାମ୍ବାଧାନିକ ଭାବେ ନିଜକୁ ସୁହାଇଲା ଭଳି ଗୋଟିଏ ସଚେତନ କମିଟି ଗଠନ କରିଲେ ଯେଉଁ କମିଟିରେ ପ୍ରାୟ ସମାଜର ବିଶୃଙ୍ଖଳିତ ବ୍ୟକ୍ତି ଗୋଟିଏ ସାଧାରଣ ସଭା ଅନୁଷ୍ଠିତ କରି ବିଭିନ୍ନ ସମାଜ ବିରୋଧୀ କାର୍ଯ୍ୟ କରିବା ଆରମ୍ଭ କରିଥିଲେ l ସବୁଠାରୁ ମୂଳ କଥା ହେଲା ସମାଜର ସାଂସ୍କୃତିକ ମହସଭା ଯେଉଁ ବ୍ୟକ୍ତିଙ୍କୁ ଅଯୋଗ୍ୟ ଘୋଷିତ କରି ନିର୍ବାଚିତ କରିଛି ସେହିଭଳି ବ୍ୟକ୍ତି ବିଶେଷ ପୁଣି କର୍ମକର୍ତ୍ତା କେମିତି ହୋଇପାରିବେ ଓ ସବୁକୁ ଜନସାଧାରଣ ସହଜରେ ହଜମ କରିପାରି ନାହାନ୍ତି ତେଣୁ ସେମାନଙ୍କୁ ପ୍ରତେକ କୋଣ ଅନୁକୋଣରୁ ବିରୋଧ କରାଯାଉଛି l ଗୋଟିଏ ଦାବି ବିଶୃଙ୍ଖଳିତ ବ୍ୟକ୍ତି ଓ ମହାସଭାରେ ଅଯୋଗ୍ୟ ଘୋଷିତ ବ୍ୟକ୍ତିଙ୍କୁ କୌଣସି ପରିପ୍ରେକ୍ଷୀରେ ସମାଜର କୌଣସି ଦାୟିତ୍ୱ ଦିଆଯିବ ନାହିଁ ଏବଂ ସମ୍ପୂର୍ଣ ବିରୋଧ କରାଯିବା ସହ ସମାଜର ଗୁରୁଜନ, ଯୁବକ, ଶିକ୍ଷିତ, ବୃଦ୍ଧିଜୀବୀ ମାନଙ୍କୁ ନେଇ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରାଯିବ ଓ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରତିନିଧିମାନଙ୍କୁ ହିଁ ମୁଖ୍ୟ ସ୍ରୋତରେ ସାମିଲ କରାଯିବ l
ରିପୋର୍ଟ:-ରଜତ ପଟ୍ଟନାୟକ