ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ପୁଡୁକେଶ୍ୱର ମନ୍ଦିରରେ ବୈଠକ

ଆସିକା- (ସମୃଦ୍ଧ ଓଡିଶା) ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ବହୁ ଦିନରୁ ବିଶୃଙ୍ଖଳିତ ଭାବେ ସରକାରଙ୍କ ସ୍ବୀକୃତି ପାଇ ସଂଗଠିତ ଭାବେ ଚଳି ଆସୁଛି। କିନ୍ତୁ ଚଳିତ ୨୦୨୪ ନିର୍ବାଚନ ଉପବିଧି ଧାରା ୧୫ (କ) କୁ ଉଲଂଘନ କରି ମୂଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କରିଥିବା ଯୋଗୁ ସାଧାରଣ କର୍ମ କର୍ତ୍ତାଙ୍କ ଗହଣରେ ଚର୍ଚ୍ଚାକୁ ଆସିଥିଲା । ଏଣୁ ଏହାର ଶେଷ ନିଷ୍ପତ୍ତି ସକାଶେ ସମାଜର ସମସ୍ତ ଆଇନଜୀବୀ ସହ ସଚେତକ କମିଟି ସଭାପତି ବରିଷ୍ଠ ଆଇନଜୀବୀ  ଭାସ୍କର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଓ ପୂର୍ବତନ ବରିଷ୍ଠ ସଂଗଠକ ମାନଙ୍କ ଉପସ୍ଥିତିରେ ତା ୦୬/୦୮/୨୦୨୪ ରିଖ ପୂର୍ବାହ୍ନ ୧୦ଘଣ୍ଟା ସମୟେ ବରଗାଁ ମଣ୍ଡଳ ଅଧିନସ୍ଥ ପୁଡୁଗେଶ୍ଵର ପଲ୍ଲୀର ପୁଡୁଗେଶ୍ଵର ଶୈବପୀଠ ପ୍ରାଙ୍ଗଣରେ କେନ୍ଦ୍ର ର ସାଧାରଣ ବୈଠକ ଆଗତ କରାଯାଇଅଛି। ଉକ୍ତ ବୈଠକରେ ମୂଖ୍ୟ ନିର୍ବାଚନ ଅଧିକାରୀ ଓ କୂଳାଧିପତି ପ୍ରହଲ୍ଲାଦ ଲେଙ୍କାଙ୍କ ସହ ଆଳିୟ ଖଣ୍ଡାୟତ ସମାଜର ପଲ୍ଲୀ ପରିଷଦ ଠାରୁ କେନ୍ଦ୍ର ପରିଷଦ ଯାଏଁ ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହିବା ପାଇଁ କେନ୍ଦ୍ରୀୟ ସାଧାରଣ ସଂପାଦକ ତଥା ସଚେତକ ସଂଯୋଜକ  ନିରଞ୍ଜନ ନାୟକ ଅନୁରୋଧ କରିଛନ୍ତି।

ରିପୋର୍ଟ ରଜତ ପଟ୍ଟନାୟକ