ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ସଚେତକ ମଣ୍ଡଳି ସହ କେନ୍ଦ୍ରୀୟ ପରିଷଦ ସାଧାରଣ ବୈଠକ ଓ ନୂତନ କାର୍ଯ୍ୟ କର୍ତ୍ତା ଚୟନ

ଆସିକା:-(ସମୃଦ୍ଧଓଡିଶା) ଆସିକା ବ୍ଳକ୍ ଅନ୍ତର୍ଗତ କାଳଷଣ୍ଢପୁର ପଞ୍ଚାୟତ ସ୍ଥିତ ପୁଡୁଗେଶ୍ଵର ପଲ୍ଲୀ ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଦିନ ୧୦ ଘଣ୍ଟ ସମୟରେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ସଚେତକ ମଣ୍ଡଳି ସହ କେନ୍ଦ୍ରୀୟ ପରିଷଦ ସାଧାରଣ ବୈଠକ ଓ ନୂତନ କାର୍ଯ୍ୟକାର୍ତ୍ତା ଚୟନ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଭାସ୍କର ସ୍ବାଇଁଙ୍କ ସଭାପତିତ୍ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସମାଜର ଆଇନଜୀବୀ ମାନଙ୍କ ସହ ବରିଷ୍ଠ ସମାଜ ସଂଗଠକ ଏବଂବିଭିନ୍ନ ମଣ୍ଡଳ ଯଥା ବରଗାଁ ,ଶିଆଳିଆ,ଜକର,ଖଲିଙ୍ଗି, ଗହଙ୍ଗୁ ,ନାଟେଙ୍ଗା ସହ ବାଲିମେଳା ଶାଖା, ବ୍ରହ୍ମପୁର, ଭୁବନେଶ୍ଵର ଓ ଝାରସୁଗୁଡ଼ା ଶାଖାର ସମସ୍ତ କର୍ମକର୍ତ୍ତାଙ୍କ ସହ ପଲ୍ଲୀ ଠାରୁ କେନ୍ଦ୍ର ଯାଏଁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ । ଚଳିତ ବର୍ଷର ଗତ ତା ୨୬/୦୭/୨୦୨୪ ରିଖ ସଚେତକ ମଣ୍ଡଳି ବୈଠକ ନିଷ୍ପତ୍ତି ପ୍ରକାରେ ୨୮/୦୭/୨୦୨୪ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏବଂ ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶିବ ନାହାକ ଏବଂ ପୂର୍ବତନ କୂଳାଧିପତି ଶ୍ରୀ ପ୍ରହଲ୍ଲାଦ ଲେଙ୍କା ସମ୍ବିଧାନକୁ ଉଲଂଘନ କରି ନିର୍ବାଚନ କରିଥିଲେ । ତେଣୁ ଆଜିର ବୈଠକରେ ସେମାନଙ୍କୁ ଅସିଦ୍ଧ ଘୋଷଣା କରାଯିବା ସହ ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶିବ ନାହାକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଏବଂ କୂଳାଧିପତି ପ୍ରହଲ୍ଲାଦ ଲେଙ୍କା ନିର୍ବାଚନୀ କାର୍ଯ୍ୟରେ ସମ୍ପୁର୍ଣ୍ଣ ଅଂଶଗ୍ରହଣ କରି ଥିବା ଯୋଗୁଁ ସାଧାରଣ ବୈଠକରେ ଅଯୋଗ୍ୟ ଘୋଷିଣା କରିଥିବା ସହ ଭବିଷ୍ୟତରେ ସେ ସମାଜର କୈାଣସି କର୍ମକର୍ତ୍ତାରେ ନ ରହିବା ପାଇଁ ସାଧାରଣ ସଭାରେ ଗୃହିତ ହୋଇ ସାଧାରଣ ବୈଠକରେ ଘୋଷଣା କରାଯାଇଛି । ପରେ ସାଧାରଣ ବୈଠକ ନିଷ୍ପତ୍ତି ପ୍ରକାରେ ବରିଷ୍ଠ ସଂଗଠକ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଖଣ୍ଡୁଆଳଙ୍କୁ ମୂଖ୍ୟ ନିର୍ବାଚନ ଅଧିକାରୀ ଓ ଶ୍ରୀଯୁକ୍ତ ବଂଶୀଧର ନାହାକଙ୍କୁ କାର୍ଯ୍ୟକାରୀ ମୂଖ୍ୟ ନିର୍ବାଚନ ଅଧିକାରୀ ଭାବେ ଚୟନ ସହ ମନୋନୀତ କରାଯାଇଛି । ଆଜିର ବୈଠକର ନିର୍ବାଚନ ଅଧିକାରୀଙ୍କ ଦ୍ୱାର ଚୟନ ହୋଇଥିବା କର୍ମ କର୍ତ୍ତା ମାନେ ହେଲେ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି (ମୁନା )କୂଳାଧିପତି, -ଶ୍ରୀ ଶଙ୍କର ସ୍ବାଇଁ ଉପକୂଳାଧିପତି, ସାଧାରଣ ସଂପାଦକ ଶ୍ରୀ ନିରଞ୍ଜନ ନାୟକ, ଯୁଗ୍ମ ସଂପାଦକ ଶ୍ରୀ ଚୁଡ଼ା ମଣି ସ୍ବାଇଁ ,ଅଫିସ ସମ୍ପାଦକ ଶ୍ରୀ ଡାକ୍ତର ରାଉତ , ସଂଗଠନ ସମ୍ପାଦକ ଶ୍ରୀ ଅଶୋକ କୁମାର ମାହାନ୍ତି , କୋଷାଧ୍ୟକ୍ଷ ଶ୍ରୀ କପିଳେଶ୍ୱର ବିଶ୍ବାଳ ,ମୂଖ୍ୟ ସମିକ୍ଷକ -ଶ୍ରୀ ରାମକୃଷ୍ଣ ସାହୁ,ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଖଣ୍ଡୁଆଳ ପ୍ରମୁଖଙ୍କ ନାମ ଘୋଷଣା କରିଥିଲେ ବେଳେ ଅନ୍ୟମାନଙ୍କ ମଧ୍ୟରେ ବରଗାଁ ମଣ୍ଡଳର କର୍ମକର୍ତ୍ତା ବୃନ୍ଦ ମଧ୍ୟ ଚୟନ ହୋଇଥିଲା ସେମାନେ ହେଲେ ଶ୍ରୀ କାଳୁ ପ୍ରଧାନ (ମଣ୍ଡଳ ସଭାପତି),ବିଜୟ କୁମାର ନାୟକ (ଉପ ସଭାପତି), ରଞ୍ଜନ କୁମାର ରାଉତ (ସମ୍ପାଦକ), ନିର୍ମଳ କୁମାର ବିଶ୍ଵାଳ (ସହ ସମ୍ପାଦକ), ବାବୁ ରାମ ଜେନା (କୋଷାଧ୍ୟକ୍ଷ),ସରୋଜ କୁମାର ଭଞ୍ଜ (ସଂଗଠନ ସମ୍ପାଦକ),ନିରଞ୍ଜନ ନାୟକ (କେନ୍ଦ୍ର ସଦସ୍ୟ),ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି (କେନ୍ଦ୍ର ସଦସ୍ୟ),ପିତବାସ ପ୍ରଧାନ (କେନ୍ଦ୍ର ସଦସ୍ୟ) ପ୍ରମୁଖ ନିର୍ବାଚନ ଅଧିକାରୀ ବଂଶୀଧର ନାହାକ ସଭାପତି ତଥା ସଚେତକ ସଭାପତି ଦ୍ଵାର ଘୋଷଣା କରାଯାଇ ବରିଷ୍ଠ ସଂଗଠକ ରାମକୃଷ୍ଣ ସାହୁଙ୍କ ଦ୍ଵାରା ଶପଥ ପାଠ କରାଯାଇଥିଲା ।
ରିପୋର୍ଟ : ରଜତ ପଟ୍ଟନାୟକ