ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଏକ ସହର ତଳି ଅଂଚଳକୁ ରାସ୍ତା ନ ଥିବା ବେଳେ ଏବଂ ଅଂଚଳବାସୀଙ୍କ ନିବେଦନ ଓ ଦାବୀ ଫସର ଫାଟିଲା ପରେ ନିଜ ଅର୍ଥ ଓ ଶ୍ରମରେ ନିର୍ମାଣ ହୋଇଛି ଏକ କିଲୋମିଟରର ରାସ୍ତା । ଘଟଣାରୁ ପ୍ରକାଶ ଜଳେଶ୍ୱର ମ୍ୟୁନିସିପାଲଟିର ୫ନଂ ୱାର୍ଡ ରେଳ ଷ୍ଟେସନର ମାଲଗୋଦାମ ପାଖ ସେକ୍ବାର୍ଡର କେତେକ ଅଂଚଳକୁ ନେଇ ୪୦ବର୍ଷ ପୂର୍ବେ ଗଢି ଉଠିଛି ଏକ ନୂତନ ଜନବସତି । ଏଥିରେ ପ୍ରାୟ ୧୦୦ ପରିବାର ବାସ କରିଆସୁଛନ୍ତି । ମାତ୍ରଉକ୍ତ ସାହିକୁ କୌଣସି ସର୍ବସାଧାରଣ ରାସ୍ତା ନ ଥିବାରୁ ଗ୍ରାମବାସୀମାନେ ବିଭିନ୍ନ ସମୟରେ ଜିଲାପାଳ, ତହସିଲଦାର, ଡିଆର୍ଏମ୍, ଜନପ୍ରତିନିଧି ଏବଂ ମ୍ୟୁନିସିପାଲଟିରେ ବାରମ୍ବାର ଦାବି ଓ ଅନୁରୋଧ କରି ଆସୁଥିଲେ ମଧ୍ୟ ଅଦ୍ୟାବଧି କେହି କର୍ଣ୍ଣପାତ କରିନାହାନ୍ତି । ଗତ ମାର୍ଚ୍ଚ ମାସରୁ ଲକ୍ ଡାଉନ୍ ଓ ସଟ୍ ଡାଉନ ସହିତ କରୋନା ସଂକ୍ରମଣ ଯୋଗୁଁ ରେଳ ଯାତାୟତ ବନ୍ଦ ହୋଇଥିବାରୁ ଏହି ପରିବାର ବର୍ଗ ରେଳ ଷ୍ଟେସନରୁ ୪ନଂ ପ୍ଲଟଫର୍ମ ଦେଇ ନିଜ ଘରକୁ ଆସୁଥାନ୍ତି । କିନ୍ତୁ ରେଳବାଇ ନିଜ ସ୍ଥାନକୁ ବାଡ କରିଦେବାପରେ ଗ୍ରାମବାସୀମାନେ ପଂକିଳ ହିଡ ରାସ୍ତାରେ ଯାତାୟାତ କରି ଆସୁଥିଲେ । ଶେଷରେ ସେମାନେ ଆର୍ଥୀକ ସହାୟତା ଦେଇ ୪ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି କିଣିବା ପରେ ଅନ୍ୟ କେତେକ ବ୍ୟକ୍ତି ଜମିଦାନ କରିବାରୁ ନିଜ ଉଦ୍ୟମରେ, ନିଜ ଶ୍ରମରେ ରାସ୍ତା ନିର୍ମାଣ କରିଛନ୍ତି । ଏହି ଅସ୍ଥାୟୀ ରାସ୍ତା ନିର୍ମାଣର ଶୁଭାରମ୍ଭ ଆରୋମା ଦେୱର କରିଥିବା ବେଳେ ଆଜି ଗ୍ରାମ୍ୟ ମୁଖ୍ୟ ଗଣେଶ ଚନ୍ଦ୍ର ଜେନା ଉଦ୍ଘାଟନ କରିଛନ୍ତି । ଏହି ରାସ୍ତାର ନାମ ମାଲଗୋଦାମ-ସୁଗମପଥ ନାମରେ ନାମିତ କରାଯାଇଛି । ଗଠିତ କମିଟିର ସଭାପତି ଗୋପିନାଥ ବେହେରା, ସଂପାଦକ ହରେନ୍ଦ୍ର ବେହେରା, ଯୁଗ୍ମ ସଂପାଦକ ରମାକାନ୍ତ ବେହେରା, ଚିତ୍ତରଂଜନ ବେହେରା, ଏମ୍ ଗମୁ, କେ ସାରଥି, କାର୍ତ୍ତିଚନ୍ଦ୍ର ସାହୁ, ବାୟା ମାନ୍ନା, ସେକ୍ ହାପୁ, ମନୋରଂଜନ ଜେନା, ସେକ୍ ଲାଲୁ, ରତିକାନ୍ତ ଭୂୟାଁ, ହରିହର ଭୂୟାଁ, ସତ୍ୟସିବ ଭୂୟାଁ, ସେକ୍ ରାଜୁ, ଈସନ୍ ଖାଁ, କାହ୍ନୁ ବେହେରା ପ୍ରମୁଖ ଆଜି ନିକଟସ୍ଥ ପଂକେଶ୍ୱର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ରାସ୍ତାକୁ ଲୋକାର୍ପିତ କରିଥିଲେ ।