



ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଡ଼ିଶାରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ପରିଚାଳିତ ହେବ । ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ତରଫରୁ ଆଜି ହିଞ୍ଜିଳିରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ସକାଳ ୧୦ଘଣ୍ଟ ୩୦ ମିନଟ ସମୟରେ ହିଞ୍ଜିଳିରେ ଏବଂ ୧୧ଘଣ୍ଟ ୩୦ମିନଟ ଶେରଗଡରେ ପହଂଚିବା ସହ ହିଞ୍ଜିଳିରୁ ନିର୍ବାଚନୀ ପ୍ରଚାର ଶୁଭ ଉଦଘାଟନ କରିଥିଲେ । ଗଞ୍ଜାମ ଜିଲ୍ଲାର ଦୁଇ ଲୋକସଭା ଆସନ ବ୍ରହ୍ମପୁରରେ ଆଗାମୀ ମଇ ୧୩ତାରିଖ ଏବଂ ଆସିକା ଲୋକସଭା ଆସନ ତତ ସହ ସଂଲଗ୍ନ ବିଧାନସଭା ମଇ ୨୦ତାରିଖ ଦିନ ନିର୍ବାଚନ ହେବ । ଏହାକୁ ଆଖି ଆଗରେ ରଖି ପ୍ରାଥମିକ ଭାବେ ବିଜୁ ଜନତା ଦଳର ମୁଖ୍ୟ ଷ୍ଟାର ପ୍ରଚାରକ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଆଜିର ଏହି ନିର୍ବାଚନୀ ସଭାରେ ଦଳ ତରଫରୁ ବିଭିନ୍ନ ବିଧାନସଭାରୁ ଲଢ଼ୁଥିବା ସମସ୍ତ ବିଧାୟକ ପ୍ରାର୍ଥୀ ଓ ପ୍ରାର୍ଥୀନୀ ତଥା ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ,ସୋରଡା,ଆସିକା ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ, ବର୍ତମାନର ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ,ହିଞ୍ଜିଳି ବ୍ଳକ୍ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ପୋୖର ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ,ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର,ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା ସୁରେନ୍ଦ୍ର ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସଭ୍ୟା ବାଇ ଗୀତାଞ୍ଜଳି, ପ୍ରିତି ସାହୁ,ଗଞ୍ଜାମ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,ନୀଳମଣି ପଟ୍ଟନାୟକ,ବ୍ଳକ୍ ଯୁବ ବିଜେଡି ସଭାପତି ମନୋଜ କୁମାର ସାବତ, ନଗର ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଡି ବିଶ୍ୱନାଥ, ଶିବରାମ ଗୌଡ଼ ,କିରଣ ପଟ୍ଟନାୟକ, ହିଞ୍ଜିଳି ବ୍ଳକ୍ ସମସ୍ତ ସରପଞ୍ଚ ସମିତି ସଭ୍ୟ ଏବଂ ପୋୖର ପରିଷଦର ସମସ୍ତ ଦଳୀୟ କାଉନସିଲ ସଭ୍ୟ ଉକ୍ତ ନିର୍ବାଚନୀ ପ୍ରଚାର ଉତ୍ସବ ସଭାରେ ଉପସ୍ଥିତ ରହିବା ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଭି କେ ପାଣ୍ଡିଆନଙ୍କୁ ପୁଷ୍ପମାଲ୍ୟ ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ମଞ୍ଚଆସିନ କରାଇଥିଲେ । ନିଜର ପାରମ୍ପାରିକ ଆସନ ହିଞ୍ଜିଳିରେ ପୁନଃ ତଥା ଷଷ୍ଠ ଥର ପାଇଁ ନିର୍ବାଚନ ମଇଦାନରେ ନବୀନ ପଟ୍ଟନାୟକ ବିଧାୟକ ଭାବେ ନିର୍ବାଚନ ଲଢ଼ୁଥିବା ଯୋଗୁଁ ହିଞ୍ଜିଳି ଅଞ୍ଚଳର ପ୍ରମୁଖ ଦଳୀୟ ନେତୃବୃନ୍ଦ ମଞ୍ଚ ଉପରେ ପୁନଃ ସ୍ୱାଗତ ସହ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ନବୀନ ପଟ୍ଟନାୟକ ଜନ ସଭାକୁ ହିଞ୍ଜିଳି ଏବଂ ଶେରଗଡ ଠାରେ ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ସେ ହିଞ୍ଜିଳି ଓ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବର୍ଦ୍ଧିତ କରି ବିଜେଡିର ହିଞ୍ଜିଳିରୁ ଜୟ ଯାତ୍ରା ଆରମ୍ଭ ହେଲା ବୋଲି କହିଥିଲେ । ନବୀନ ବାବୁ ନିଜ ବକ୍ତବ୍ୟ ରେ ଅଞ୍ଚଳର ଜନସାଧାରଣଙ୍କୁ କହିଛନ୍ତି ଯେ ଆପଣ ମାନଙ୍କ ସ୍ନେହ ଓ ସମର୍ଥନ ପାଇଁ ଚିର ରୁଣୀ । ଓଡ଼ିଶାର ସାଢ଼େ ଚାରି କୋଟି ଓଡ଼ିଆ ମୋର ପରିବାର । ଏମାନଙ୍କ ପାଇଁ ମୁଁ କାମ କରି ଚାଲିଛି ଏବଂ ଶେଷ ଯାଏଁ କରିବି। ୨୦୩୬ ସୁଦ୍ଧା ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ ତତ ସହ ଦଳୀୟ ଇସ୍ତାହାରରେ କରିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଓ କରିବାକୁ ଥିବା ପ୍ରକଳ୍ପ ବିଷୟରେ ସୂଚନା ଦେବା ସହ ଯୋଡି ଶଙ୍ଖ ବିକାଶର ପରିଚୟ ଏବଂ ଓଡ଼ିଶାର ପରିଚୟ ବୋଲି କହି ଭୋଟ ଦେବା ଉଦେଶରେ ଜନତାଙ୍କ ପାଖେ ଅପିଲ କରିଥିଲେ । ଆଜିର ନିର୍ବାଚନୀ ସଭାରେ ହିଞ୍ଜିଳି ଏବଂ ଶେରଗଡ ଅଞ୍ଚଳରେ ଦଳୀୟ ତରଫରୁ ବହୁ ଜନସମାଗମ ସହ ଉତ୍ସାହ ଦେଖିବାକୁ ମିଳିଥିଲା ।
ରିପୋର୍ଟ : ରଜତ ପଟ୍ଟନାୟକ

