ନିମାପଡାରେ ଲକ୍ଷାଧିକ ଟଙ୍କା ମୂଲ୍ୟରେ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ନିମାପଡା(ସମୃଦ୍ଧଓଡିଶା) ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି l ନିମାପଡ଼ା ଥାନା ଅଧୀନ କୁଶଭଦ୍ରା ବ୍ରିଜ ନିକଟରେ ଥିବା କାଳୀ ମନ୍ଦିର ସମ୍ମୁଖରେ ଜଣେ ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରୁଥିବା ସୂଚନା ମିଳିଥିଲା l ସୂଚନା ପାଇ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ଶଙ୍କର ସାହୁ (୪୯) ନାମକ ଜଣେ ବ୍ୟକ୍ତିଙ୍କୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି l ତା ନିକଟରୁ ୪ ଲକ୍ଷ ୮0 ହଜାର ଟଙ୍କା ମୂଲ୍ୟର ୪୮ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଛି l ନିମାପଡା ଅବକାରୀ ଥାନା କେସ ନଂ ୧୦୨/୨୪-୨୫ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ନିମାପଡା ଉପ-କlରାଗIରକୁ ପଠାଇଦିଆଯାଇଛି l ଯାଇଛି l ଏହି ଚଢ଼ାଉରେ ଅବକାରୀ ଏଏସଆଇ ଶ୍ରୀ ଜିତେନ୍ଦ୍ର କୁମାର ବେହେରା, ଅବକାରୀ କନେଷ୍ଟବଳ ତପନ କୁମାର ପ୍ରଧାନ,ସ୍ୱାଗତିକା ଘଡେଇ, ଶରତ ଚନ୍ଦ୍ର ସାହୁ ପ୍ରମୁଖସାମିଲ ଥିଲେ l

ରିପୋର୍ଟ : ରଜତ ମହାପାତ୍ର