ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁର ଗ୍ରାମ ନିକଟରେ ସୁବର୍ଣ୍ଣରେଖା ନଦୀ କୂଳ ଧୋଇ ଯାଉଥିବାରୁ ଜଳସେଚନ ବିଭାଗ ପକ୍ଷରୁ ପଥର ପେଚିଂ କରିବା ଲାଗି କାର୍ଯ୍ୟାଦେଶ ଦେଇଥିଲେ । ଚଳିତବର୍ଷ ନଦୀର ପାଣି କୂଳ ନିକଟରେ ନଥିଲେ ମଧ୍ୟ ଠିକାଦାର ଛୋଟ ଛୋଟ ପଥର ବ୍ୟବହାର କରି ନଦୀ ଶର୍ଯ୍ୟାର ଉପରସ୍ତରରୁ (ଡମ୍ପିକରି) ପଥରପେଚିଂ କରୁଥିବାରୁ ଏହାର ସ୍ଥାୟୀତ୍ୱ ନେଇ ଗ୍ରାମବାସୀମାନେ ପ୍ରଶ୍ନ ଉଠାଇଛନ୍ତି । ଏ ସଂପର୍କରେ ଗ୍ରାମବାସୀ ଅଭିଯୋଗ କରିବାରୁ ସେମାନଙ୍କୁ ଗୁଣ୍ଡାଲଗାଇ ଧମକ୍ ଦେବା ସହିତ ଫୋନ୍ ମାଧ୍ୟମରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ କାମ ମନ୍ଥର ଗତିରେ କରୁଥିବା ଅଭିଯୋଗ ହୋଇଛି । କାମଟିକୁ ଠିକ୍ଭାବେ କରାଯିବା ସହିତ ବର୍ଷାଦିନ ପୂର୍ବରୁ ଶେଷ ନ କଲେ ଆସନ୍ତା ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନି ଦିଆଯାଇଛି । ଏ ସଂପର୍କରେ ଏକ ଦାବିପତ୍ର ଅଶୋକ କୁମାର ବାରିକ, କମଳ ଲୋଚନ ପାତ୍ର, ପ୍ରବୋଧ ବାରିକ, ଅଜୟ ବାରିକ, ଗୁନାଧର ଦହୁରି, ବିଜୟ ପାତ୍ର, ଉମେଶ ବାରିକ, ସନ୍ତୋଷ ରାଉତ, ଯୋଗେନ୍ଦ୍ର ଜେନା, ବିମଲ ପାତ୍ର, ମୃତ୍ୟୁଞ୍ଜଳ ଜେନା, କୁମୁଦ ବାରିକ ପ୍ରମୁଖ ବହୁ ଗ୍ରାମବାସୀଙ୍କ ପକ୍ଷରୁ ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।