

ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ-୧ ଗୋଲାମୁଣ୍ଡୁଳା ଠାରେ ଆମ ସହର ଆମ ଉନ୍ନତି କାର୍ଯ୍ୟକ୍ରମର ନିରଞ୍ଜନ ଗୌଡ଼ ରାଇସ ଫିଲଡ ଠାରୁ ଭିକାରୀ ସ୍ୱାଇଁ ରାଇସ ଫିଲଡ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଶୁଭରାମ୍ଭ ହୋଇଯାଇଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଏହି ଭଳି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରି ଦିନକୁ ଦିନ ଲୋକ ସମ୍ପର୍କ ବଢେଇବାରେ ଲାଗିଛି । ଏହାସହ ଜନସାଧାରଣଙ୍କ ପ୍ରଶଂସାର ପତ୍ର ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ ବ୍ୟକ୍ତି ଓ ୱାର୍ଡ ସଭ୍ୟମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
