ନିର୍ବାଚନରେ ଭୋଟ ହାତେଇବା ପାଇଁ ବିଜେଡିର କାଳିଆ ଯୋଜନା: ମିଳିତ ଚାଷୀ ସଂଗଠନର ପ୍ରତ୍ୟାଖ୍ୟାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ନିର୍ବାଚନରେ ଭୋଟ ହାତେଇବା ପାଇଁ ବିଜେଡିର କାଳିଆ ଯୋଜନା ଉଦ୍ଧିଷ୍ଟ ବୋଲି ଅଭିଯୋଗ କରି ମିଳିତ ଚାଷୀ ସଂଗଠନରବୈଠକରେ ଉଦବେଗ ପ୍ରକାଶ ପାଇଛି । ଏହା ସହ ସଂଗଠନ ଓଡ଼ିଶା ସରକାରଙ୍କ କାଳିଆ ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରାଯାଇ ଚାଷୀଙ୍କ ପ୍ରକୃତ ଦାବିକୁ ରାଜ୍ୟ ସରକାର ଏଡ଼ାଇ ଦେଇ ଏଭଳି ଏକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଏଥିରେ ଭତ୍ତା ଓ ବୋନସର ବ୍ୟବସ୍ଥା ନାହିଁ ବୋଲି ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ପ୍ରକାଶକରିବା ସହ ଚାଷୀଙ୍କ ସଙ୍କଟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି କୁହାଯାଇଛି ।ସ୍ଥାନୀୟ ନବୀନ ଭବନ ପରିସରରେ ଗଞ୍ଜାମ ଜିଲା ମିଳିତ ଚାଷୀ ସଂଗଠନର ବୈଠକ ଶ୍ରୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଚାଷୀଙ୍କ ଅସନ୍ତୋଷରୁ ବର୍ତ୍ତିବାକୁ ହେଲେ କେନ୍ଦ୍ର ସରକାରଙ୍କୁ ଋଣ ଛାଡ଼ ନୁହେଁ ସବୁ ବର୍ଗର ଚାଷୀଙ୍କୁ ଋଣମୁକ୍ତ କରିବା ସହ ସ୍ୱାମୀନାଥନକମିଶନଙ୍କ ସୁପାରିଶ କାର୍ଯ୍ୟକାରିତା, ଚାଷୀଙ୍କୁ ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପ୍ରତି ୭୫୦ ଟଙ୍କା ବୋନସ ଦେବା, ଗଞ୍ଜାମଜିଲାରେ ୯ ଲକ୍ଷରୁ ଊଦ୍ଧ୍ୱର୍ ଚାଷୀ କୃଷିକାର୍ଯ୍ୟ ଛାଡ଼ି ଦାଦନ ଭାବେ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ୨୦୦୦ ମସିହାରୁ ଜିଲାରପ୍ରମୁଖ ଜଳସେଚନ ଯୋଜନା ଛେଳିଗଡ଼ ଓ ଘଟକେଶ୍ୱର ଭଳି ବହୁ ପ୍ରକଳ୍ପ ପାଇଁ ଶହ ଶହ କୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟଶିଳାନ୍ୟାସରେ ସୀମିତ ରହିଛି ଏବଂ ଚାଷୀମାନଙ୍କ ପାଇଁ ଜଳସେଚନର ବ୍ୟବସ୍ଥା କରାଯାଇନାହିଁ । ଏହାବ୍ୟତୀତ ପୋତି ହୋଇଯାଇଥିବା୧୩୧୦ଟି କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଏବଂ ଅକାମୀ ହୋଇ ରହିଥିବା ଶହ ଶହ ଉଠା ଜଳସେଚନ ପଏଣ୍ଟ ପୁନଃରୁଦ୍ଧାର କରାଯାଇ ପାରିନାହିଁ । ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ବେଳେ ଚାଷୀଙ୍କୁ ପ୍ରତାରଣା କରିବା ପାଇଁ ଏଭଳି ଯୋଜନା ଉଦ୍ଧିଷ୍ଟବୋଲି କହିଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ, ଏକର ପିଛା ଧାନ ଉପିାଦନ ପାଇଁ ୨୩ ହଜାର ଟଙ୍କା ବ୍ୟୟ ହେଉଥିବା ବେଳେସରକାରଙ୍କ କାଳିଆ ଯୋଜନାରେ ୫ ହଜାର ଟଙ୍କା କେବଳ ଜୀବନ ଜୀବିକା ନିର୍ବାହ ପାଇଁ ଖର୍ଚ୍ଚ ହୋଇପାରେ । ମୁଖ୍ୟତଃ ସରକାରଙ୍କଦ୍ୱାରା ନିର୍ଦ୍ଧାରିତ ନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୭୫୦ ଟଙ୍କା ଥିବା ବେଳେ ସଂଖ୍ୟାଧିକ ଚାଷୀ ଉକ୍ତ ଦରରେ ମଣ୍ଡିରେ ବିକ୍ରିକରିନପାରି ଦଲାଲ ମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ଗତବର୍ଷ ଗଞ୍ଜାମ ଜିଲାରେ ୨୦ କୋଟି ଟଙ୍କା ଚାଷୀ କ୍ଷତିସହିଥିବା ମିଳିତ ଚାଷୀ ସଂଗଠନ ଅଭିଯୋଗ କରିଛି । ଜିଲାରେ ମୁଖ୍ୟତଃ ମାର୍କେଟିଂ ୟାର୍ଡର ସୁବିଧା ନଥିବା ଯୋଗୁଁ ଚିନାବାଦାମ,ଲଙ୍କା ମରିଚ, ପନିପରିବା ପ୍ରତିବର୍ଷ ଅଭାବୀ ବିକ୍ରି ହେଉଛି । ତେଣୁ ଚାଷୀଙ୍କ ପ୍ରତି ସରକାର କେତେ ଦରଦୀ ଏଥିରୁ ସ୍ପଷ୍ଟ ଅନୁମେୟହେଉଛି । ଅନ୍ୟପକ୍ଷରେ ଗୋଟିଏ ଓଡ଼ିଆ ଏବଂ ବାକି ଇଂରାଜୀ ଶବ୍ଦକୁ ନେଇ କାଳିଆ ଠାକୁରଙ୍କ ସହ ଓଡ଼ିଆଙ୍କ ଭାବପ୍ରବଣତାକୁ ଯୋଡ଼ିରାଜ୍ୟ ସରକାର ‘କାଳିଆ’ ଯୋଜନା ନାମରେ ଚାଷୀମାନଙ୍କୁ ଭୁତେଇ ଚାଲିଛନ୍ତି ବୋଲି ଚାଷୀ ସଂଗଠନ ଅଭିଯୋଗ ଉଠାଇଛି ।ଏହି ବୈଠକରେ ଋଷିକୁଲ୍ୟା ରୟତ ମହାସଭାର ସଭାପତି ତ୍ରିନାଥ ବିଶ୍ୱାଳ, ସମ୍ପାଦକ ସୀମାଞ୍ଚଳ ନାହାକ, ଘୁମୁସରଚାଷୀ ସଂଗଠନର ନେତା ଗୋପାଳ ବିଷୋୟୀ, ଚାଷୀ ଅଧିକାର ସଂଗ୍ରାମ ମଞ୍ଚର ସମ୍ପାଦକ ଜହନ୍‌ ସ୍ୱାଇଁ, ବଳଦେବ ସ୍ୱାମୀକୃଷକ ସଂଘର ସମ୍ପାଦକ ସନ୍ତୋଷ ସାହୁ, ଲଙ୍ଗଳେଶ୍ୱର କୃଷକ ସଂଘର ସଭାପତି ବୃନ୍ଦାବନ ବେହେରା, ବଳରାମ ରାଉତ,ବିଜୟ କୁମାର ସ୍ୱାଇଁ, ପଦ୍ମଚରଣ ସାହୁ, ରଘୁନାଥ ସାହୁ, ଦେବରାଜ ମଣ୍ଡଳ, ସୀତାରାମ ପାଣିଗ୍ରାହୀ, ରବି ପଢ଼ିଆରୀ, ପୂର୍ଣ୍ଣଚନ୍ଦ୍ରପ୍ରଧାନ ଓ ବଳରାମ ଜାନୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ : ରବି ରଥ, ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା