ନିର୍ବାଚନ କମିଶନଙ୍କ ଆଦେଶ:୩ ବର୍ଷରୁ ଅଧିକାଥିବା ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ବଦଳି କର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁଣି ଆପଣାଇଲେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନକୁ । ଗତକାଲି ମୁଖ୍ୟ ଶାସନ ସଚିବ ଏକଥା କହିଥିଲେ ଯେ ଯେଉଁ କର୍ମଚାରୀମାନେ ଗୋଟିଏ ଜାଗାରେ ୩ ବର୍ଷ ରହିଛନ୍ତି ସେମାନଙ୍କୁ ଅନ୍ୟତ୍ର ବଦଳି କରାଯିବ । ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ଓ ଅଫିସରମାନଙ୍କ ବେପାରୀଆ ମନଭାବରୁ ନିବୃତ ରଖିବା ପାଇଁ ଜାନକୀ ବାବୁ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏକଥା କରିଥିଲେ । କିନ୍ତୁ ନବୀନ ବାବୁ ୨୦୦୨ରୁ ଏହାକୁ ଉଠାଇ ଦେଇଥିଲେ । ଫଳରେ ଅଫିସରମାନେ ଗୋଟିଏ ସ୍ଥାନରେ ଦୀର୍ଘଦିନ ରହି ଏବେ ସେମାନଙ୍କ ବ୍ୟବସାୟ ସ୍ଥଳୀ କରି ଦେଇଛନ୍ତି । ଏହି ଆଦେଶକୁ କଡା କଡ଼ି କରାଯାଏ ବହୁ ଲୋକ ଉପକୃତ ହେବେ ତେବେ ସେ ଯାହା ହେଉନା କାହିଁକି ଏହାକୁ ନେଇ ଏବେ ଗଞ୍ଜାମରେ ଚର୍ଚ୍ଚା ଜୋର ଧରିଛି । ନିଜ ବ୍ୟବସାୟସ୍ଥଳ କରି ରହିଥିବା ଜିଲ୍ଲାର ଅଧିକାଂଶ ଅଧିକାରୀ ଏବେ ବେଡିଙ୍ଗ ବାନ୍ଧିବାକୁ ବାଧ୍ୟହେବେ । ଭାଙ୍ଗିବ କୀ ସେମାନଙ୍କ ବ୍ୟବସାୟ ସ୍ଥଳୀ ନା ପୁଣି ଧରାଧରି କରି ରହିଯିବେ ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ନିର୍ବାଚନ କମିଶନଙ୍କ ଏହି ପରାମର୍ଶକୁ ପାଳନ କରିବାରେ ମୁଖ୍ୟ ଶାସନ ସଚିବଙ୍କ ପୁନଃ ନିଷ୍ପତିକୁ ସ୍ୱାଗତ କରା ଯାଉଛି । ଅନ୍ୟପକ୍ଷରେ ନିର୍ବାଚନ ବେଳ ପାଖେଇ ଆସୁଥିବାରୁ ଅଦଳ ବଦଳକୁ ନେଇ ବିଭିନ୍ନ ମହଲରେ ଭ୍ରୁକୁଞ୍ଚନ ଧରିଲାଣି । ଏ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଦେଶ ଆସିବ ପରେ ସରକାରଙ୍କ ପକ୍ଷରୁ ଏହି ଆଦେଶର କାର୍ଯ୍ୟକରିତାକୁ ନେଇ ସଚିବ ସ୍ଥରିୟ ସମୀକ୍ଷା ଆରମ୍ଭ ହୋଇଯାଇଛି । କମିଶନଙ୍କ ଆଦେଶ କଡା କଡ଼ି ଭାବେ ପାଳନ ହେଲେ ବିଶେଷ ଭାବେ ଗଞ୍ଜାମ ଜିଲ୍ଲାରେ କେତେକ ବରିଷ୍ଠ ପ୍ରଶାସିନିକ ଅଧକାରୀ ବଦଳିବେ । ଏଥିସହିତ ପୋଲିସ ବିଭାଗର ସଂଖ୍ୟାଧିକ ସବ ଇନିସ୍ପେକଟର, ଇନିସ୍ପେକଟର ମାନଙ୍କରେ ବଦଳି ଅବଶମ୍ଭାବୀ । ଦୁଇ ତିନିଟି ଛାଡିଦେଲେ ବାକି ସବୁ ଥାନା ଅଧକାରୀ ବଦଳି ହେବେ । ନୁଆଁ ଅଫିସର କର୍ମଚାରୀଙ୍କୁ ନେଇ କିଭଳି ନିର୍ବାଚନ ପରିଚାଳନା କରାଯିବ ତାହା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି ହେବ । ନିର୍ବାଚନ କମିଶନଙ୍କ ପକ୍ଷରୁ କଟକଣା ବଢ଼ିଛି । ଏବେ ବିରୋଧୀ ସକ୍ରିୟ ଏକଥା ହୋଇଥିବା କୁହାଯାଉଛି । ନିର୍ବାଚନ ପରିଚାଳନାରେ ପୋଲିସର ମୁଖ୍ୟ ଭୂମିକା ରହୁଥିବାରୁ ସେମାନଙ୍କ ଉପରେ ସମସ୍ତଙ୍କ ନଜର ରହିଥାଏ । ସେହିପରି ପ୍ରଶାସନିକ ସ୍ଥରରେ ଅଦଳବଦଳ ତୁରନ୍ତ ହେବା ଆବଶ୍ୟକ ହୋଇପଡିଥିବାରୁ ସଚିବ ସ୍ଥରରେ ମଧ୍ୟ ସମୀକ୍ଷା ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହା କାର୍ଯ୍ୟକାରୀ କରିବାକୁ ପ୍ରତିକ୍ଷ୍ୟା କରାଯାଇଛି । ତେବେ ଚଳିତ ମାସ ସେସ ସପ୍ତାହ ମଧ୍ୟରେ ସମସ୍ତ ପ୍ରକ୍ରିୟା ସାରିବାକୁ ଉଦ୍ୟମ ଚାଲିଥିବା ଅଧିକାରୀ ମହଲରେ କୁହାଯାଉଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା