



ଛତ୍ରପୁର (ସମୃଦ୍ଧ ଓଡିଶା )ରାଜ୍ୟରେ ଓ ଜିଲ୍ଲାଗୁଡିକରେ ପ୍ରାକ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ବ ହୋଇସାରିଲାଣି
। ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଗଂଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଓ ସାଧାରଣ ପ୍ରଶାସନର ଅଧିକାରୀମାନଙ୍କୁ ନେଇ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ପରିସରରେ ଥିବା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପୋଲିସ, ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ କିପରି ଶୃଙ୍ଖଲିତ ହେବ ସେ ସମ୍ବନ୍ଧୀୟ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହେବା ସହ ଗାଁ ଗାଁରେ ଗୋଷ୍ଠି ସଂଘର୍ଷ ରୋକିବା, ଗାଁ ଗଣ୍ଡଗୋଳକୁ ନେଇ ରାଜନୈତିକ ଶତ୍ରୁତା ସୃଷ୍ଟି ପ୍ରତି ଦୃଷ୍ଟି ଦେବା,ଆଇନ ଶୃଙ୍ଖଲା ପରିସ୍ଥିତିକୁ ସୁଧାରିବା ଆଦି ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଗଂଜାମ ଏସପି ବ୍ରିିଜେଶ କୁମାର ରାୟ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ରାଜନୈତିକ ହିଂସା ରୋକିବା ପାଇଁ ପୋଲିସ ଅଧିକାରୀମାନେ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ପୌର ପରିଷଦ କମିଶନର ଚକ୍ରବର୍ତିସିଂ ରାଠୋର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଜୟ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପି.ଅନ୍ୱେଷା ରେଡ୍ଡି (ଆଇଏସ୍ ପ୍ରୋବେସନାଲ) ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ (ସାଧାରଣ), ଜିଲ୍ଲା ନିର୍ବାଚନ ଅଧିକାରୀ ବିଜୟାନନ୍ଦ ସେଠୀ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତା, ଏପିଡି ପ୍ରିୟରଂଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଛତ୍ରପୁର ବିଡିଓ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଏବଂ ଗଂଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାର ସମସ୍ତ ଥାନାଧିକାରୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


